ଜାଗ୍ରତ ଭାରତ ନ୍ୟୁଜ, ବ୍ରହ୍ମପୁର.
ରାଜ୍ୟର ବିଭିନ୍ନ ସହର ଭଳି ବ୍ରହ୍ମପୁରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଅର୍ପଣ ରଥ ସହରର ବିଭିନ୍ନ ୱାର୍ଡ଼ରେ ପରିକ୍ରମା କରୁଛି । ସେହିପରି ବ୍ରହ୍ମପୁର ୱାର୍ଡ ନମ୍ବର ୧୦ ରେ ଅର୍ପଣ ରଥ ପରିକ୍ରମାର କରିଥିଲା. ଏହି ରଥ ୱାର୍ଡର ମେଣ୍ଟୁ ଛକ,ଆଇନା ବନ୍ଧ ସାହି, ରାଧାକାନ୍ତ ସାହି,ପଞ୍ଚାଅନନ ନଗର, ନିରାକାର ନଗର ପରିକ୍ରମା କରି ଭକ୍ତ ମାନଙ୍କ ଠାରୁ ଅକ୍ଷତ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ୧୦ନମ୍ବର ୱାର୍ଡ କୋର୍ପରେଟର ବିଷ୍ଣୁପ୍ରିୟ ସାହୁ, ମନୋଜ ସାହୁ ଙ୍କ ସମେତ ଅଞ୍ଚଳ ବାସୀ ଏହି ରଥ ପରୀକ୍ରମ କାର୍ଯ୍ୟରେ ସହ ଯୋଗ କରିଥିଲେ.




