ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ
ଅନୁଗୋଳ/ନାଲକୋ ନଗର /ବଅଁରପାଳ, ୦୮ / ୦୧ – ଦିତୀୟ କୋଣାର୍କ ରୂପେ ପରିଚିତ ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନିର୍ଦେଶକ ତଥା ପ୍ରାକ୍ତନ ଭାରପ୍ରାପ୍ତ ସି.ଏମ.ଡି ଗଦାଧର ଉପାଧ୍ୟାୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଆଇ.ଏ.ଏସ ପ୍ରଦିପ୍ତ କୁମାର ବିଶ୍ବାଳ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସମ୍ବଲପୁର ୟନିଭରସିଟିର ଭାଇସ୍ ଚାନସଲର ପ୍ରଫେସର ବିଧୁଭୁଷଣ ମିଶ୍ର ଯୋଗଦେଇ ଥିଲେ । ନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ଶୁଭ୍ରମଣ୍ୟମ ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇ ଅତିଥି ମାନଙ୍କ ପରିଚୟ ଏବଂ ନାଲକୋ ନବରତ୍ନ କମ୍ପାନୀର ଦୃଢତା ଏବଂ ପ୍ରତିବଦ୍ଧତା ଉପରେ କହିଥିଲେ । ଏହି ଅବସରରେ ସି.ପି.ପି ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଏବଂ ବିଭିନ୍ନ ବିଭାଗର ଗୋଷ୍ଠୀ ମହାପ୍ରବନ୍ଧକ ମାନେ ଉତ୍ପାଦନ ଏବଂ ଗୁଣବତା ଉପରେ କହିଥିଲେ । ନାଲକୋ ର କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସଫଳତାର ଶ୍ରେୟ ଦେଇଥିଲେ । ଅଭିନାସ୍ ପ୍ରଧାନ ଏବଂ ଜିଗ୍ମା ଦାସ ମଞ୍ଚ ପରିଚାଳନା କରିଥିଲେ । ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ଦ୍ୱାରା ଏହି ଉତ୍ସବ ଉପଲକ୍ଷେ ପଠାଯାଇଥିବା ବାର୍ତ୍ତାକୁ କିଶୋର କୁମାର ବେହେରା ପଠନ କରିଥିଲେ । ଅନୁଗୋଳ ଅଦୃତା ଶିଶୁ ମାନଙ୍କ ଦ୍ଵାରା ଗଣେଷ ଙ୍କ ବନ୍ଦନା ଅଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ ସାକାର କରିବା ଦିଗରେ ବରିଷ୍ଠ ପ୍ରବନ୍ଧକ କିଶୋର କୁମାର ବେହେରା, ଶୀତଳ ସମୀର ମାଝୀ ଙ୍କ ସମେତ ୱେଲ ଫେୟାର କମିଟି ସହାୟତା କରିଥିଲେ । ୟୁନିୟନ ଯଥା ନାଲକୋ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ ଏବଂ ସମସ୍ତ ୟୁନିୟନ ର ପ୍ରତିନିଧି ଯୋଗ ଦେବା ସହ ସମ୍ବର୍ଦ୍ଧିତ ହୋଇଥିଲେ । ନାଲକୋ ଯେଉଁ ସ୍ଥିରେ ଅଛି ସେହି ସ୍ଥିତି କୁ ବଜାୟ ରଖିବାକୁ ହେଲେ ଆମକୁ ଦୌଡିବାକୁ ପଡ଼ିବ । ମୁଲ୍ୟ ବୋଧ, ସତଚରିତ୍ର ଏବଂ ଆଦର୍ଶ ଆମର ମୂଳ ଲକ୍ଷ । ଜି.ଜି.ଏମ ସୁଧାଂଶୁ ଶେଖର ପାତ୍ର କହିଥିଲେ ଯେ ଆମେ ୧୫ ବର୍ଷର ସ୍ୱପ୍ନକୁ ଗଲାବର୍ଷ ପୂରଣ କରିଛି । ଏହା ଏକ ଗ୍ରୀନ୍ ଫିଲିଡ୍ ପାରିପାର୍ଶ୍ୱକ ଅଞ୍ଚଳ ବାସୀ ଙ୍କ ପ୍ରତି ଆମେ ଯତ୍ନବାନ ବୋଲି କହିଥିଲେ । ପପରେ ଆଖ ପାଖ ଅଞ୍ଚଳରୁ ଆସିଥିବା ଅନୁଷ୍ଠାନ ପକ୍ଷରୁ ଛୋଟ ଛୋଟ କୁନି କଳାକାରଙ୍କ ଦ୍ବାରା ଅତି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରାଯାଇଥିଲା ।



