ମୁମ୍ବାଇ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ଚଳାଇଛି।
ପୂର୍ବରୁ IIT ରୁର୍କି, JNU, ଜାମିଆ ମିଲିଆ ଇସଲାମିଆ ତୁର୍କୀ ସହ ଚୁକ୍ତି ବାତିଲ୍ କରିଛନ୍ତି। ପାକିସ୍ତାନକୁ ତୁର୍କୀ ଖୋଲା ସମର୍ଥନ କରୁଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭାରତ ପିଠିରେ ଛୁରା ଭୁସିଲା ତୁର୍କୀ। ଭାରତ ପୂର୍ବରୁ ତୁର୍କୀକୁ ସବୁ ପ୍ରକାର ସାହାଯ୍ୟ କରୁଥିଲା। ହେଲେ ଏବେ ତୁର୍କୀ ସେ ସବୁକୁ ଭୁଲି ଯାଇ ଭାରତ-ପାକିସ୍ତାନ ମଧ୍ୟରେ ପାକିସ୍ତାନକୁ ସମର୍ଥନ କଲା।ତୁର୍କୀରୁ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (IIT) ବମ୍ବେ ଏକ ବଡ଼ ନିଷ୍ପତ୍ତି ନେଇଛି। ‘ତୁର୍କୀ ସହିତ ଜଡିତ ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତି ଯୋଗୁଁ, IIT ବମ୍ବେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଏହାର ଚୁକ୍ତିନାମା ସ୍ଥଗିତ ରଖିବାକୁ ବିଚାର କରୁଛି,’ ପ୍ରତିଷ୍ଠାନ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛନ୍ତି।ଅନ୍ୟପଟେ ବରିଷ୍ଠ ହିନ୍ଦୀ ସିନେମା ଗୀତିକାର ଜାଭେଦ ଅଖତର ପାକିସ୍ତାନ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ମୋତେ ପାକିସ୍ତାନ କିମ୍ବା ନର୍କ ମଧ୍ୟରୁ ଗୋଟିଏ ବାଛିବାର ସୁଯୋଗ ମିଳେ, ତେବେ ମୁଁ ନର୍କ ବାଛିବି। ଶନିବାର ଶିବସେନା (UBT) ସାଂସଦ ସଞ୍ଜୟ ରାଉତଙ୍କ ପୁସ୍ତକର ଉନ୍ମୋଚନ ଅବସରରେ ଅଖତାର ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ (ଏନସିପି-ଏସସିପି) ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ଥିଲେ।



