
ଭବାନୀପାଟଣା ତା ୦୧। ୦୬। ୨୫ଅଦ୍ୟ ତା ୦୧। ୦୬। ୨୫ ରିଖ ଦିବା ୧୦ ଘଟିକା ସମୟରେ ଏସ ୟୁ ଯେ କଳାହାଣ୍ଡି ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ ବୈଠକ ଭବାନୀପାଟଣା ସ୍ଥିତ ହୋଟେଲ ମିଡ଼ଟାଉନ କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏସ ୟୁ ଯେ ରାଜ୍ୟ ଶାଖାର ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ଅବଜରବର ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଦର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ସମୂହଙ୍କ ମୌଳିକ ତଥା ସାମଗ୍ରିକ ସମଶ୍ୟା ଏବଂ ତାର ସ୍ଥାୟୀ ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଉପସ୍ଥିତ ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସମୂହ ନିଷ୍ପତି ଅନୁଯାଇ ନିକଟ ଭବିଷ୍ୟତରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଏସ ୟୁ ଯେ ରାଜ୍ୟ କାର୍ଯ୍ୟକରିଣୀ ବୈଠକ କରିବା ପାଇଁ ନିଷ୍ପତି ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଏସ ୟୁ ଯେ ର ରାଜ୍ୟ କାର୍ଯ୍ୟନିର୍ବାହି ସଭ୍ୟ ଶ୍ରୀଯୁକ୍ତ ବାଳକୃଷ୍ଣ ଷଡ଼ଙ୍ଗୀ ଉପସ୍ଥିତ ରହି ସଂଘର ସଂଗଠନ ଜିଲ୍ଲାରେ କିଭଳି ବଳିଷ୍ଠ ଏବଂ ବ୍ୟାପକ ହେବା ସହ ସଂଗଠିତ ହୋଇ ରହିବାପାଇଁ ଆମ୍ଭମାନଙୁ ପରାମର୍ଶ ଦେବା ସହ ଉପସ୍ଥିତ ସଭ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ଦର୍ଜୀ ଏବଂ ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ ଉଭୟଙ୍କୁ ଜିଲ୍ଲାଶାଖାର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ ଏବଂ କୋଷାଧକ୍ଷ୍ୟ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଯୋଶୀ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାକୁ ସ୍ୱାଗତ କରିଥିଲେ। ପରେ ପରେ ସଂଘର ଜିଲ୍ଲାଶାଖା ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ମହାନ୍ତି ଙ୍କ ସମେତ ପ୍ରାୟ ପନ୍ଦରରୁ ଅଧିକ ସଭ୍ୟ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।



