*”ସରକାରୀ ଜମି ଜବରଦଖଲ କରିଥିବା ସର୍ବ ସମ୍ପତ୍ତି କ୍ରମେ ଆଜି ଗ୍ରାମ ପଂଚାୟତ ବୈଠକ “
ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଗୋଡ଼ଭଗା ଗ୍ରାମ ପଂଚାୟତ ଗୋଡ଼ଭଗା ମୁଖ୍ୟ ରାସ୍ତା କଡ଼ରେ ଅଛି ।ଗୋଡ଼ଭଗା ଗ୍ରାମ ପଂଚାୟତରେ ନୁଆଁ ପଂଚାୟତ ଅଫିସ କରିବା ପାଇଁ ଗ୍ରାମ ପଂଚାୟତ ତରଫରୁ ୧୪ଟି ୱାର୍ଡ ଓ ପାଞ୍ଚ ଖଣ୍ଡ ଗାଁ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦିନରୁ ଜବରଦଖଲ କରି ଆସୁଥିବା ଗୋଡ଼ଭଗା ଗ୍ରାମ ପଂଚାୟତର କିଛି ସ୍ଥାନକୁ ଉଚ୍ଛେଦ ପାଇଁ ଜବରଦଖଲକାରୀ ଓ ପଂଚାୟତ ବାସୀ ସହ ସରପଞ୍ଚ ମଞ୍ଜୁଲତା ସେଠ୍ ଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।ସରକାରୀ ଜମି ଜବରଦଖଲ ସହ ଗ୍ରାମ ପଂଚାୟତ ରେ ଆହୁରି ଅନେକ ସରକାରୀ ଜମି ଜବରଦଖଲ ଅଛି ତାହା ମଧ୍ୟ ଆଗାମୀ ଦିନରେ ଜବରଦଖଲ ଜମି କୁ ଉଛେଦ କରି ଗ୍ରାମ ପଂଚାୟତ ଅଧିନରେ ରହିବ ବୋଲି କହନ୍ତି ଗୋଡ଼ଭଗା ଗ୍ରାମ ପଂଚାୟତ ସରପଞ୍ଚ ମଞ୍ଜୁଲତା ସେଠ୍ l



