ଦୋଳପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦ ବିମାନରେ ନଗର କୀର୍ତ୍ତନରେ ବାହାରିଲେ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ଦୋଳ ପୂର୍ଣ୍ଣିମା ଅବସରରେ ରାଧା ଗୋବିନ୍ଦ ଏକ ସୁସଜ୍ଜିତ ବିମାନ ଯୋଗେ ନଗର ପରିକ୍ରମାରେ ବାହାରିଛନ୍ତି। ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ପନ୍ଦର କୁରିବୁରୁଛକ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରୁ ଭକ୍ତଗଣ ସଙ୍ଗତରେ ଖୋଳ ମୃଦଙ୍ଗ ଝାଞ୍ଜ ଓ କୀର୍ତ୍ତନ କରି ବାହାରି କୀରିବୁରୁ ଛକ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ପରେ ନଗର କୀର୍ତ୍ତନ ରେ ବାହାରିଥିଲେ, ଏହି ଅବସରରେ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ରାଧା ମାଧବଙ୍କୁ ଆସି ନିମନ୍ତ୍ରଣ କରିଯାଇଥିଲେ ସେ ସମସ୍ତଙ୍କ ଭକ୍ତଙ୍କ ଘରକୁ ରାଧା ଗୋବିନ୍ଦଙ୍କ ଦୋଳ ବିମାନ ସେମାନଙ୍କ ଘରେ ପହଞ୍ଚିଥିଲେ, ଓ ଭକ୍ତମାନେ ନିଜ ନିଜର ଘର ସମ୍ମୁଖରେ ଗୋବରଲିପି ଝୋଟି ଚିତା ପକାଇ ଠାକୁରଙ୍କ ବିମାନ କୁ ଶଙ୍ଖ ହୁଳହୁଳି ଦେଇ ସ୍ବାଗତ କରିଥିଲେ ଓ ଘର ମାନଙ୍କରେ ବିମାନକୁ ରଖି ଧୂପ ଦ୍ଵୀପ ଦେଇ ପୂଜାର୍ଚ୍ଚନା ପରେ ଭୋଗ ଅର୍ପଣ କରିବା ସହ ଆଳତି ସାରିବା ପରେ ବିମାନ ସହ ଆସିଥିବା ଭକ୍ତ ଓ କୀର୍ତ୍ତନ ମଣ୍ଡଳୀ ଙ୍କୁ ପ୍ରସାଦ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



