Spread the love

ଖଣିଜକ୍ଷେତ୍ରରେ ବଢୁଛି ଅସାମାଜିକ ଯୁବକଙ୍କ ପାଦୃଭାବା କାଳୀ ମନ୍ଦିରରୁ ଚୋରୀ,ଥାନାରେ ଅଭିଯୋଗ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ବୃଦ୍ଧି ପାଉଛି ଅସାମାଜିକ ବ୍ୟକ୍ତିବିଶେଷଙ୍କ ପାଦୃଭାଵ। କେତେବେଳେ କୋଉ ଘରୁ ଚୋରୀ ହେଲାଣି ତ ଆଉ କେତେବେଳେ କୋଉ କମ୍ପାନୀ ଫ୍ଲାଟ୍ ରୁ ଏବଂ ଏହି ଚୋର ମାନେ ଶେଷରେ ମନ୍ଦୀରକୁ ମଧ୍ୟ ଛାଡୁନାହାନ୍ତି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯୋଡ଼ା ଥାନା ଅନ୍ତର୍ଗତ ରଣାସାଳ ଘାଟି ନିକଟରେ ଥିବା କାଳୀମାଆ ଙ୍କ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି।କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣ।ସ।ଳ ନିକଟ କାଳୀ ମନ୍ଦିର ରୁ ଚୋରୀ ହୋଇ ଥିବା ନେଇ ମନ୍ଦୀର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଚୋର ମାନେ ମନ୍ଦିରରେ ଥିବା ଦାନ ବାକ୍ସ କୁ ଚୋରୀ କରି ନେଇ ଥିବା ଜଣାପଡିଛି । ଗତ କିଛି ଦିନ ପୂର୍ବେ ଉକ୍ତ ମନ୍ଦିରରୁ ଚୋରୀ ହୋଇ ଥିବାରୁ ଦାନ ବାକ୍ସ ରେ ଅଧିକ ଟଙ୍କା ନ ଥିଲେ ହେଁ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଚୋରୀ ହୋଇ ଥିବା ମନ୍ଦିର କମିଟି ପକ୍ଷରୁ ଅନୁମାନ କରାଯାଇଛି ।ଅଭିଯୋଗ କୁ ଆଧାର କରି ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *