Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍

 

 

ଜେ ବି ଏନ, ୦୫/୦୪ /୨୦୨୧, (ରିପୋର୍ଟ, ରିପୋର୍ଟ୍ ଭ୍ରମର ବର ବେହେରା), କଟକ : ଦଲାଲ ମାଧ୍ୟମରେ କଟକ ବଡ ମେଡିକାଲରୁ ରୋଗୀଙ୍କୁ ନର୍ସିଂହୋମକୁ ନେବା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁସାରେ ଝାଡଖଣ୍ଡର ସିଂହଭୂମ ଜିଲ୍ଲାରୁ କଟକ ବଡ ମେଡିକାଲକୁ ଆସିଥିବା ଜଣେ ରୋଗୀଙ୍କୁ ମେଡିକାଲରୁ ଦଲାଲ ମାଧ୍ୟମରେ ମଙ୍ଗଳାବାଗ ରିଂରୋଡରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ମହିଳା ମୃତ୍ୟୁ ହୋଇସାରିଥିଲେ ମଧ୍ୟ ସେ ଜୀବିତ ଅଛନ୍ତି କହି ପରିବାର ଲୋକଙ୍କଠାରୁ ଚିକିତ୍ସା ପାଇଁ ଅଧିକରୁ ଅଧିକ ଟଙ୍କା ଦାବି କରିଥିଲେ ଅନ୍ନପୂର୍ଣ୍ଣା ନର୍ସିଂହୋମ କର୍ତ୍ତୃପକ୍ଷ । ଶୋଷଣରେ ଅତିଷ୍ଠ ହୋଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ କର୍ତ୍ତୃପକ୍ଷ ତାଙ୍କୁ ଜୀବିତ ଦର୍ଶାଇ ଟଙ୍କା ଲୁଟୁଥିଲେ। ଏ ସମ୍ପର୍କରେ ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, କଟକ ବଡ ମେଡିକାଲରୁ ଦଲାଲ ସାହାଯ୍ୟରେ ଏହି ମହିଳାଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ଅଣାଯାଇଥିଲା । ତେଣୁ ପୋଲିସ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସେପଟେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅନ୍ନପୂର୍ଣ୍ଣା ବାବଦରେ ତଦନ୍ତ ସମୟରେ ଅନେକ ସାଂଘାତିକ ତଥ୍ୟ ପାଇଛି ପୋଲିସ। ତଥ୍ୟ ସମ୍ପର୍କରେ ଅଧିକ ଯାଞ୍ଚ ପାଇଁ ସିଡିଏମଓ ଏବଂ ଏଡିଏମଓଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ସମୟରେ ଅନ୍ନପୂର୍ଣ୍ଣା ନର୍ସିଂହୋମର ଲାଇସେନ୍ସ ନବୀକରଣ ହୋଇନଥିବା ଜଣାପଡିଛି। ଏହାସହ ନର୍ସିଂହୋମରେ ଚିକିତ୍ସା ପାଇଁ ଜଣେ ବି ଡାକ୍ତର ନଥିବା ସାମ୍ନାକୁ ଆସିଥିବା ପୋଲିସ କହିଛି। ବିନା ଡାକ୍ତରରେ ହିଁ ଚାଲିଥିଲା ଅନ୍ନପୂର୍ଣ୍ଣା ନର୍ସିଂହୋମ। ସ୍ବାସ୍ଥ୍ୟ ବିଭାଗ ନର୍ସିଂହୋମକୁ ସିଲ୍ କରିଛି ଓ ନର୍ସିଂହୋମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନର୍ସିଂହୋମ ସିଲ୍ ବେଳକୁ ସେଠାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ପୋଲିସ ସହାୟତାରେ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।