Spread the love

ଭୂବନେଶ୍ୱର:ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ। ସି ୧ ଏସି କୋଚ୍‌ର ତଳ ଭାଗରେ ଲାଗିଲା ନିଆଁ। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବରୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା ।

ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ୬ଟା ୪୫ରେ ଧୂଆଁ ବାହାରୁଥିବା ଦେଖି ଅଟକାଇଥିଲେ ଟ୍ରେନ। ନିଆଁ ଲାଗିବା କାରଣରୁ ଧୂଆଁ ବାହାରି ଥିଲା। ଏହି କାରଣରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା।ଫଳରେ ଟ୍ରେନ୍‌ଟି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ପ୍ରାୟ ୩୦ ମିନିଟ୍ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା।

Leave a Reply

Your email address will not be published. Required fields are marked *