ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ଖୁବଶୀଘ୍ର ମେଡିକାଲ କଲେଜ ସ୍ଥାପନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟାଇମ୍‌ସ ହେଲ୍‌ଥ ଆଇକନ୍‌ସ ଓଡିଶା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି କହିଛନ୍ତି ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଟାଇମ୍‌ସ ହେଲ୍‌ଥ ଆଇକନ୍‌ସ ଓଡିଶା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ବାଗତ କରୁଛି। ଏଭଳି ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଟାଇମ୍‌ସ ଅଫ ଇଣ୍ଡିଆ ଗୃପକୁ ମୋର ଧନ୍ୟବାଦ।

କେଉଁ କାଳରୁ ଆମର କଥା ଅଛି, ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ଆମେ ସମସ୍ତେ ଏକଥା ଜାଣିଛେ। କିନ୍ତୁ, କେତେଜଣ ବାସ୍ତବ ଜୀବନରେ ଏହାକୁ ଗୁରୁତ୍ବ ଦିଅନ୍ତି ? ଯେଉଁ ମହାପୁରୁଷମାନେ ଏକଥା କହିଥିଲେ, ସେମାନେ ଜାଣିଥିଲେ, ସ୍ବାସ୍ଥ୍ୟର ଗୁରୁତ୍ବ କେତେ। କାରଣ ଉତ୍ତମ ସ୍ବାସ୍ଥ୍ୟ ନଥିଲେ ସମ୍ପତ୍ତି ଅର୍ଜନ କରିବା ସମ୍ଭବ ନୁହେଁ । ସମ୍ପତ୍ତି ଅର୍ଜନ କଲେ ବି, ସ୍ବାସ୍ଥ୍ୟ ଭଲ ନଥିଲେ, ତାକୁ ଉପଭୋଗ ମଧ୍ୟ କରିହେବ ନାହିଁ। ଆମର ଶରୀର ପ୍ରକୃତିର ଏପରି ଏକ ଜଟିଳ ସୃଷ୍ଟି ଯେ, ସେଥିରେ ସମଗ୍ର ବିଶ୍ବବ୍ରହ୍ମାଣ୍ଡର ତତ୍ତ୍ବ ରହିଛି । ତାକୁ ସୁସ୍ଥ ରଖିବା ଆମର ମୌଳିକ ଦାୟିତ୍ବ । କିନ୍ତୁ, ଏହି ମୌଳିକ ସତ୍ୟଟିକୁ ଅନେକ ସମୟରେ ଆମେ ଜାଣି ଜାଣି ଅବହେଳା କରୁ, ଏବଂ ସେଥିପାଇଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ ଏବଂ ଜୀବନରେ ଅଗ୍ରଗତି କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।ତେଣୁ, ଆମକୁ ସୁସ୍ଥ ଜୀବନ ଯାପନ, ଉତ୍ତମ ଚିକିତ୍ସା ପଦ୍ଧତି ଓ ଶ୍ରେଷ୍ଠ ଚିକିତ୍ସା ସେବା, ଏ ସମସ୍ତ ଉପରେ ଗୁରୁତ୍ବଆରୋପ କରିବାକୁ ପଡିବ । ଏ ସବୁର ସମନ୍ବୟରେ ଆମେ ଏକ ସୁସ୍ଥ ସମାଜ ଗଠନ କରିପାରିବା । ଆମେ ଓଡିଶାବାସୀ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ସାରା ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ଗଠନ ପଥରେ, ଆମେ ଅଗ୍ରସର ହେଉଛୁ । ଏହାର ମୂଳଭିତ୍ତି ହେଉଛି, ଏକ ସୁସ୍ଥ ଓଡିଶା, ଏକ ସୁସ୍ଥ ଭାରତ । ଓଡିଶା ସୁସ୍ଥ ନହେଲେ ସମୃଦ୍ଧ ହେବ ନାହିଁ । ଭାରତ ସୁସ୍ଥ ନହେଲେ, ବିକଶିତ ହେବ ନାହିଁ ।ଏହି ପରିପ୍ରେକ୍ଷୀରେ ଟାଇମ୍‌ସ ଅଫ ଇଣ୍ଡିଆର ହେଲ୍‌ଥ ଆଇକନ୍ କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ଉଦ୍ୟମ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ଡାକ୍ତର, ସ୍ବାସ୍ଥ୍ୟ ବିଶେଷଜ୍ଞ, ହସ୍ପିଟାଲ ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀମାନେ ବୃତ୍ତିଗତ ଦକ୍ଷତା, ସେବା ଓ କର୍ତ୍ତବ୍ୟ ପରାୟଣତାର ଉଦାହରଣ ସୃଷ୍ଟି କରିଛନ୍ତି, ସେମାନଙ୍କୁ ସମ୍ମାନିତ କରିବା ଏକ ମହତ ଉଦ୍ୟମ । ମୁଁ ଆଜି ସମ୍ମାନିତ ହେଉଥିବା ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣମାନଙ୍କ ସେବା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକରୁ।

ଆପଣମାନେ ସମସ୍ତେ ଜାଣନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦାୟିତ୍ବ ଗ୍ରହଣ କରିବା ପରଠାରୁ ଦେଶର ବିଭିନ୍ନ କ୍ଷେତ୍ରରେ କିଭଳି ଆମୂଳଚୂଳ ପରିବର୍ତ୍ତନ ହେଉଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ପରିବର୍ତ୍ତନ ଭିଜିବୁଲ୍ ହେଉଛି ।ଆୟୁଷ୍ମାନ ଭାରତ ପରି ଏକ ଯୁଗାନ୍ତକାରୀ ଯୋଜନା ଜରିଆରେ ଦେଶର କୋଟି କୋଟି ସାଧାରଣ ଜନତା ଯେଉଁମାନେ ସ୍ବାସ୍ଥ୍ୟ ସମସ୍ୟା ଆସିଲେ ଦୁଃଖରେ ଭାଙ୍ଗି ପଡନ୍ତି, ସେମାନଙ୍କ ପାଇଁ ଆଜି ଚିକିତ୍ସା ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମଧ୍ୟ ଲାଗୁ କରାଯାଇଛି । ଓଡିଶାରେ ଆପଣମାନେ ଜାଣନ୍ତି, ଆୟୁଷ୍ମାନ ଭାରତ ଯୋଜନାକୁ କେବଳ ନିଚ୍ଛକ ରାଜନୈତିକ କାରଣରୁ କାର୍ଯ୍ୟକାରୀ କରାଯାଉ ନଥିଲା। ଆମ ସରକାର ଆସିଲା ପରେ, ଏହା ଲାଗୁ ହେଲା ଏବଂ ବର୍ତ୍ତମାନ ଓଡିଶାର ୩ କୋଟି ୫୨ ଲକ୍ଷ ଲୋକ ଦେଶର ୩୨ ହଜାର ହସ୍ପିଟାଲରେ ଏହାର ସୁବିଧା ନେବା ପାଇଁ ଯୋଗ୍ୟ ହୋଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ସ୍ବାସ୍ଥ୍ୟ ସମସ୍ୟା ଆସିଲେ, ତାହାର ଖର୍ଚ୍ଚ କଥା ଭାବି କୌଣସି ଗୋଟିଏ ବି ଲୋକ, ଭୟଭୀତ ନହେଉ । ସାଧାରଣତଃ ଭାବେ ଆଧୁନିକ ଚିକିତ୍ସା ଅତ୍ୟନ୍ତ ଖର୍ଚ୍ଚ ସାପେକ୍ଷ । ସେଥିପାଇଁ ଆମେ ଆମର ଯୋଜନା ଗୁଡିକୁ ଅତ୍ୟନ୍ତ ସତର୍କତାର ସହିତ ପ୍ରସ୍ତୁତ କରିଛୁ ଏବଂ କାର୍ଯ୍ୟକାରୀ କରିଛୁ । ଏହା ଫଳରେ ଓଡିଶାରେ ଚିକିତ୍ସା ପାଇଁ ଲୋକଙ୍କ ନିଜ ହାତରୁ ହେଉଥିବା ଖର୍ଚ୍ଚ ସବୁ ରାଜ୍ୟଙ୍କ ମଧ୍ୟରେ ବହୁତ୍ କମ୍। ସ୍ବାସ୍ଥ୍ୟ ସେବା ପାଇବା ହେଉଛି ଲୋକଙ୍କ ଅଧିକାର। ସେ ଅଧିକାରର ସୁରକ୍ଷାକୁ ଆମେ ଆମର ଦାୟିତ୍ବ ଭାବେ ଗ୍ରହଣ କରିଛୁ। ପୂର୍ବରୁ ଆମର ସ୍ବାସ୍ଥ୍ୟନୀତିର ଲକ୍ଷ୍ୟ ଥିଲା ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା। ଯେପରି ଲୋକମାନେ ସହଜରେ ନିକଟସ୍ଥ ହସ୍ପିଟାଲକୁ ବା ଚିକିତ୍ସାକେନ୍ଦ୍ରକୁ ଯାଇ ପାରିବେ ଏବଂ ସେବା ପାଇପାରିବେ।

ବର୍ତ୍ତମାନ ଆମର ନୀତି ଆଉ ଟିକେ ଉପରକୁ ଚିନ୍ତା କରିଛି । ଭଲ ଭିତ୍ତିଭୂମି, ଭଲ ହସ୍ପିଟାଲ, ଭଲ ଇନ୍‌ଷ୍ଟ୍ରୁମେଣ୍ଟ ଆଦି ଅତ୍ୟନ୍ତ ଆବଶ୍ୟକ ଏବଂ ଏହାର ବିକାଶ ମଧ୍ୟ କରାଯାଉଛି । କିନ୍ତୁ, ତାହାଠୁ ମଧ୍ୟ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି, ବ୍ୟବସ୍ଥା ଉପରେ ଭରସା । ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା, ସମ୍ମାନ ପ୍ରଦାନ, ସେବାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ବ ଆରୋପ କରାଯାଉଛି । ଗାଁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ସହରର ସୁପର ସ୍ପେସିଆଲ୍‌ଟି ହସ୍ପିଟାଲ ପର୍ଯ୍ୟନ୍ତ ଆମର ସମ୍ପୂର୍ଣ୍ଣ ହେଲ୍‌ଥ କେୟାର ନେଟୱାର୍କକୁ ଦକ୍ଷ ଓ ବିଶ୍ବସନୀୟ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ମୁଁ ପ୍ରଥମରୁ କହିଥିଲି ଯେ, ନୀରୋଗ ରହିବା ବା ସୁସ୍ଥ ରହିବା ପାଇଁ ଉଦ୍ୟମ କରିବା ଆମର ପ୍ରାଥମିକ ଦାୟିତ୍ବ ହେବା ଉଚିତ୍ । ରୋଗହେଲେ ଚିକିତ୍ସା କରାଯିବ । କିନ୍ତୁ, ରୋଗକୁ ଡାକି ଆଣିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଏବେ କିଛିଦିନ ତଳେ, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥିଲା । ସାରା ପୃଥିବୀର କୋଣଅନୁକୋଣରେ ଯୋଗ ଆଜି ଲୋକପ୍ରିୟ ହୋଇଛି । ମୋଦୀଜୀ ଦାୟିତ୍ବ ଗ୍ରହଣ କରିବା ପରେ ପରେ, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିବା ପାଇଁ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ଏବଂ ୨୦୧୫ରୁ ପ୍ରତିବର୍ଷ ଏହା ଜୁନ୍ ୨୧ରେ ପାଳନ ହୋଇଆସୁଛି। ଭାରତର ଏକ ସ୍ବାସ୍ଥ୍ୟ ପରମ୍ପରାକୁ ବିଶ୍ବସ୍ତରକୁ ନେବାରେ ମୋଦୀଜୀଙ୍କ ଅବଦାନ ଅତୁଳନୀୟ।

ଯୋଗ ହେଉଛି ଆମର ପ୍ରାଚୀନ ଜ୍ଞାନ ଭଣ୍ଡାରର ସମଗ୍ର ବିଶ୍ବକୁ ଏକ ମହାନ ଅବଦାନ । ଆୟୁର୍ବେଦ, ଯୋଗ, ପ୍ରାଣାୟମ ଇତ୍ୟାଦି ମଣିଷକୁ ଶରୀର, ମନ ଓ ଆତ୍ମା… ଏହି ୩ଟିର ସମନ୍ବୟରେ ସମ୍ପୂର୍ଣ୍ଣ ସୁସ୍ଥତା ପ୍ରଦାନ କରେ । ଏହା ହେଉଛି ପ୍ରିଭେଣ୍ଟିଭ୍ ହେଲ୍‌ଥ କେୟାରର ମୂଳସୂତ୍ର । ଉତ୍ତମ ଖାଦ୍ୟ, ଉତ୍ତମ ଚିନ୍ତାଧାରା, ଉତ୍ତମ ଜୀବନଶୈଳୀ ଆମ ଜୀବନର ମାନକୁ ଉତ୍ତମ କରିଥାଏ । ଏଥିପାଇଁ ଆମେ ଅନେକ ସଚେତନତା କାର୍ଯ୍ୟକ୍ରମ ସହିତ ନ୍ୟୁଟ୍ରିସନ୍, ସାନିଟେସନ ଏବଂ ସୁସ୍ଥ ଜୀବନ ଯାପନ ଉପରେ ଗୁରୁତ୍ବ ଆରୋପ କରୁଛୁ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରତି ଗ୍ରାମପଞ୍ଚାୟତରେ ଆରୋଗ୍ୟ ମନ୍ଦିର ଖୋଲାଯାଉଛି ।

ଯୋଗ ଓ ଆୟୁର୍ବେଦ ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଉଛି। ସରକାରୀ ଓ ବେସରକାରୀସ୍ତରରେ ଅନେକ ଆୟୁର୍ବେଦ ଓ ଯୋଗକେନ୍ଦ୍ର ଗଢିଉଠୁଛି। ସ୍ବାସ୍ଥ୍ୟ ପ୍ରତି ଏହି ସଚେତନତା ଏକ ସୁସ୍ଥ ଓଡିଶା ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ସେବାର ଉନ୍ନତି ପାଇଁ ଆମେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରୁଛୁ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ଯକେନ୍ଦ୍ରର ଆଧୁନିକୀକରଣ କରାଯାଉଛି । ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲଥ୍ ସିଷ୍ଟମ ଓ ଟେଲିମେଡିସିନ୍ ସେବାର ଉପଯୋଗ କରାଯାଉଛି । ଡାଇଗ୍ନୋଷ୍ଟିକ୍ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସର ପ୍ରୟୋଗ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆୟୁଷ ବ୍ୟବସ୍ଥାକୁ ଯୋଡା ଯାଇଥିବାରୁ ରୋଗୀମାନେ ଚିକିତ୍ସା କରିବାର ବିଭିନ୍ନ ପ୍ରକାର ବିକଳ୍ପ ପାଇପାରୁଛନ୍ତି । ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ପାଇଁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଓଡିଶାରେ ବର୍ତ୍ତମାନ ୧୫ଟି ସରକାରୀ ମେଡିକାଲ କଲେଜ ଅଛି। ନବରଙ୍ଗପୁରରେ ଏକ ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ଏହା ସହିତ ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ଖୁବଶୀଘ୍ର ମେଡିକାଲ କଲେଜ ସ୍ଥାପନ କରାଯିବ। ଏହା ସହିତ ୮ଟି ନର୍ସିଂ କଲେଜ, ୩ଟି ଆୟୁର୍ବେଦିକ କଲେଜ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୫,୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ନିଯୁକ୍ତି ଦିଆଯାଇଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୬,୬୭୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ୧୨,୧୨୧ଟି ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ଆୟୋଗକୁ ପ୍ରସ୍ତାବ ଦିଆଯାଇଛି।

ସରକାରୀ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଯେତେଦୂର ସମ୍ଭବ ବ୍ୟାପକ କରାଯାଉଛି। ତେବେ ବେସରକାରୀ କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆମ ଭାରତ ଓ ଓଡ଼ିଶାରେ ଡାକ୍ତରମାନେ ଅଧିକ ଦକ୍ଷ । ବର୍ତ୍ତମାନ ଆମେ ଟେକ୍ନୋଲୋଜିରେ ମଧ୍ୟ ଉନ୍ନତି କରୁଛୁ । ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ନିବେଶ ମଧ୍ୟ ହେଉଛି । ବିଶ୍ୱସ୍ତରରେ ଯଦି ଆମେ ତୁଳନା କରିବା, ତେବେ ଭାରତରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବହୁତ କମ୍ । ଏହି ୟୁନିକ୍ ଆଡ୍‌ଭେଣ୍ଟେଜ୍ ଆମକୁ ମେଡିକାଲ ଟୁରିଜିମ୍‌ର ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି ।

ତେଣୁ, ଆମର ହେଲ୍‌ଥ ଇକୋସିଷ୍ଟମକୁ ଉନ୍ନତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛୁ । ଆମେ ଏପରି ଏକ ପରିବେଶ ସୃଷ୍ଟି କରୁଛୁ, ଯେଉଁଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ହେବ ।
ଗତବର୍ଷ ଡିସେମ୍ୱର ମାସରେ ଫାର୍ମା ସମିତ୍ ଆୟୋଜନ କରିଥିଲୁ । ସେଥିରେ ଆମର ‘ଓଡ଼ିଶା ଫାର୍ମାସ୍ୟୁଟିକାଲ ଆଣ୍ଡ ମେଡିକାଲ ଡିଭାଇସେସ୍ ପଲିସି-୨୦୨୫’ ର ଶୁଭାରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୬୨୦୦ କୋଟିରୁ ଅଧିକ ଟଙ୍କାର ୪୫ ଟି ପ୍ରସ୍ତାବ ଆସିଥିଲା । ଯାହାଦ୍ୱାରା ପ୍ରାୟ ୩୮ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ସମୟରେ ଖୋର୍ଦ୍ଧା ଠାରେ ଏକ ଫାର୍ମା ପାର୍କ ଓ ମେଡିକାଲ ଡିଭାଇସେସ୍ ପାର୍କ ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା ।
ଆମର ଭିଜନ୍ ହେଉଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନର୍‌ସିପ୍ ଜରିଆରେ ଓଡ଼ିଶାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ହବ୍ ଭାବରେ ବିକଶିତ କରିବା । ଏ ଦିଗରେ ଆମର ଅଭିଯାନ ଆରମ୍ଭ ହୋଇସାରିଛି ।

ଏହି ଭିଜନ କାର୍ଯ୍ୟକାରୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଆମେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜିଅନ୍‌ରେ ଏକ ବିଶ୍ୱସ୍ତରୀୟ ମେଡି-ସିଟି ସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆମେ ସମୃଦ୍ଧ ଓଡ଼ିଶା ପଥରେ ଅଗ୍ରସର ହୋଇ ଚାଲିଛୁ । ସବୁ କ୍ଷେତ୍ରର ବିକାଶ ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ଆମର ଏକ ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଏଥିରେ ଶହ ଶହ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତଙ୍କ ସହଯୋଗରେ ଏକ ସୁସ୍ଥ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଢ଼ିବା ପାଇଁ ଆମର ଉଦ୍ୟମ ଅବ୍ୟାହତ ରହିବ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech