ବିକାଶ ପଥେ ପାଣିକୋଇଲି ଗ୍ରାମପଂଚାୟତ
କୋରେଇ ବିଧାୟକଙ୍କ ଦ୍ୱାରା ପାଣିକୋଇଲି ଗ୍ରାମପଂଚାୟତର ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ

କୋରେଇ, ୦୩/୦୭ : ଶୁକ୍ରବାର କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ପାଣିକୋଇଲି ଗ୍ରାମପଂଚାୟତରେ ୮ କୋଟି ଟଙ୍କା ବ୍ୟୟରେ ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରାଯାଇଛି । ଦିବା ୧୨ ଘଟିକା ସମୟରେ ମାନ୍ୟବର ବିଧାୟକ ଚାନ୍ଦପୁର ଛକ ଠାରୁ ଏକ ବିଶାଳ ମଟର ସାଇକେଲ ପଟୁଆରରେ ଯାଇ ପାଣିକୋଇଲି ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ପହଂଚି ସମସ୍ତ ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ହେବା ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀର ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡି ହେବା ସହ ପାଣିକୋଇଲି ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ କ୍ଷେତ୍ରରେ ଉନ୍ନତି ହୋଇପାରିବ । ଦିନକୁ ଦିନ କୋରେଇ ବିକାଶରେ ଅଗ୍ରଗତି ହେଉଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଦିନରେ କୋରେଇର ଗମନାଗମନ, ସ୍ୱାସ୍ଥ୍ୟସେବା, କୃଷିର ଉନ୍ନତି, ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଖୁବ୍ଶୀଘ୍ର ସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମରେ ପାଣିକୋଇଲି ଭାରତୀୟ ଜନତା ପାର୍ଟି ସଭାପତି ବିନୋଦ ଜେନା, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା, ପଦ୍ମଲୋଚନ ମଲ୍ଲିକ, ଏସ୍.କେ. ଜହର ଅଲ୍ଲୀ, ଜିଲ୍ଲା ମହିଳା ସଭାପତି ଦିପ୍ତିମୟୀ କୁଅଁର, ଜୟନ୍ତୀ ସାହୁ, ରୁନୁ ଭୂୟାଁ, ମିନତୀ ପଣ୍ଡା, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ପ୍ରୀତିରଞ୍ଜନ ସାହୁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ମୂଳାପାଳ ସରପଂଚ ଜୟନ୍ତ ନାୟକ, ବନ୍ଦାଳ ସରପଂଚ ବିଷ୍ଣୁ ରଥ, ଗୋଳେଇପୁର ସରପଂଚ ସସ୍ମିତା ମାଝୀ, ବିକାଶ ଜେନା, ନିରଞ୍ଜନ ନାୟକ, ସୂର୍ଯ୍ୟମଣୀ ପଣ୍ଡା, ଶଶିକାନ୍ତ ମଲ୍ଲିକ, ଅଜୟ ସାହୁ, ପ୍ରଶାନ୍ତ ନାଥ, ଆଲୋକ ପରିଡା, ଖରସ୍ରୋତା ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ମୌସୁମୀ ପରିଡା, ଦେବେନ୍ଦ୍ର ସ୍ୱାଇଁ, କଳ୍ପତରୁ ମହାପାତ୍ର, ଜଗଦୀଶ୍ୱର ମଲ୍ଲିକ, ବିନାୟକ ସାହୁ, ମୋନାଲିସା, ଶିତେଶ ପରିଡା, ଦେବାଶିଷ ପରିଡା, ବୀଣାପାଣି ଜେନା, ଅଜିତ ରାଉତ, ସୁବାସ ପଣ୍ଡା, କାର୍ତିକ ସାହୁ, ଅକ୍ଷୟ ନାୟକ, ଗୋପାଳ ସେଠୀ, ଲକ୍ଷ୍ମୀଧର କରଣ, ଅଶୋକ ବାରିକ, ମନୋଜ ଦାସ, ଖରସ୍ରୋତା ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ସାହୁ, ଗୋକୁଳାନନ୍ଦ ସାହୁ, ପ୍ରମେଶ ମହାକୁଡ, ମନୋଜ ପାଢୀ, ଉପେନ୍ଦ୍ର ପାତ୍ର, ସଂଜୀବ ନାୟକ, ବିଦ୍ୟାଧର ବେହେରା, ଅଶୋକ ନାୟକ, ଉଦୟ ପରିଡା, ହିମାଂଶୁ ପାଢୀ, ରାଜେନ୍ଦ୍ର ଗାହଣ, ଖରସ୍ରୋତା ମଣ୍ଡଳ ଯୁବ ସଭାପତି ଆଲୋକ ଦାସ, ନିରଞ୍ଜନ ସାମଲ, ବୀରକିଶୋର ଦାସ, ସୁବ୍ରତ ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




