ଅନୁଗୋଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ
ଅନୁଗୋଳ: ଓଡ଼ିଶାର ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅନୁଗୋଳ ଗସ୍ତ ଅବସରରେ କାଙ୍ଗୁଳା ବାଇପାସ୍ ଛକଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ଅବସରରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଅନୁଗୋଳ ମାଟିକୁ ତାଙ୍କର ଆଗମନକୁ ଅଭିନନ୍ଦନ ଜଣାଇଥିଲେ।
ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦଳର ବହୁ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ।



