ନବଯୌବନରେ ଦର୍ଶନ ଦେଲେ ମହାବାହୁ ଓ ନେତ୍ରୋତ୍ସବ
ତାଳଚେର, ୧୫/୦୭ ଦୀର୍ଘ ୧୫ଦିନ ପ୍ରତିକ୍ଷାର ଅନ୍ତଘଟିଛି । ଆଜି ପବିତ୍ର ନେତ୍ରତ୍ସବ କଳା ଠାକୁରଙ୍କ ଆଖିରେ ଆଜି ନୂଆଁ ଚମକ । ସ୍ନାନ ଯାତ୍ରାରେ ପରେ ଅନସର ଗୃହରେ ଥିବା ଚତୁର୍ଦ୍ଦା ମୂରତୀ ଦର୍ଶନ ଦେଇଛନ୍ତି । ତାଳଚେର ଜଗନ୍ନାଥ ମନ୍ଦିରରେ ଏହି ନବଯୌବନ ଦର୍ଶନ ଓ ନେତ୍ରତ୍ସବ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା । ଆଜି ସକାଳୁ ଶ୍ରୀ ବିଗ୍ରହାନଙ୍କ ନେତ୍ରତ୍ସବ ବା ଚକ୍ଷୁଦାନ କରାଯାଇଛି । ମହାବାହୁଙ୍କ ଏହି ନବଯୌବନ ରୂପକୁ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଆଜି ନେତ୍ରୋତ୍ସବ, ଆଉ ମାତ୍ର କିଛି ଘଂଟାପରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଜଗତର ନାଥ ଜଗନ୍ନାଥ । ନିଜ ଜନ୍ମବେଦୀ ଗୁଣ୍ଡିମନ୍ଦିରକୁ ଯାତ୍ରା କରିବେ, ସେଥିପାଇଁ ତାଳଚେର ଚଳଚଂଚଳ ହୋଇପଡ଼ିବା ସହିତ ରଥ ଗୁଡ଼ିକ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇ ରହିଛି । ରଥ, ବଡ଼ଦାଣ୍ଡ, ବଡ଼ଠାକୁର ଓ ଗୁଣ୍ଡିଚା ମନ୍ଦିର ଏଥିପାଇଁ ପ୍ରସ୍ୁତ । ତେବେ ଆସନ୍ତୁ ଆମେ ବି ମହାବାହୁଙ୍କର ଏହି ପବିତ୍ର ଅବସରରେ ନିଜକୁ ସାମିଲ କରିବା ଜଗନ୍ନାଥ ହେଁ ମଣିମା ସାଆନ୍ତେଙ୍କୁ ପାଛୋଟି ନେବା । ପ୍ରଶାସନ ପକ୍ଷରୁ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ୱାନୱେ ଟ୍ରାଫିକ ବ୍ୟବସ୍ଥା କରିବା ନେଇ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ପ୍ରକାଶ କରିବା ସହ ତାଳଚେର ଥାନା ଅଧିକାରୀ ବିଭୂଦତ ରାଉତରାଏ ସୁରକ୍ଷା ପ୍ରତି ପୋଲିସ୍ ପ୍ରଶାସନ ସଜାଗ ରହିବ ।

July 15, 2026/
No Comments


