ତାଳଚେରରେ ଗଣ୍ଡାଗଣ୍ଡା ଶିଶୁ ଭିକ୍ଷୁକ
ତାଳଚେର, ୧୫/୦୭ ତାଳଚେର ଅଂଚଳରେ ଗଣ୍ଡାଗଣ୍ଡା ଶିଶୁ ଭିକ୍ଷୁକ ଘୂରୀବୁଲୁଥିବାର ଦୃଶ୍ୟ ପରିଲକ୍ଷିତ ହୋଇଛି । ଏମାନେ ଦୋକାନ ବଜାର, ମାର୍କେଟ, ହାଟ ଓ ଜନଗହଳି ସ୍ଥାନ ଗୁଡ଼ିକରେ ପ୍ରାୟ ସମୟରେ ଦେଖାଯାଉଛନ୍ତି । ସରକାରଙ୍କ ଶିଶୁମାନଙ୍କ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଅସହାୟ ଓ ନିରୁପାୟ ଶିଶୁମାନଙ୍କୁ ନିଆଯାଇ ସେମାନଙ୍କ ଖାଦ୍ୟ, ପାନୀୟ ଏପରିକି ପାଠପଢ଼ିବା ବ୍ୟବସ୍ଥା କରିବା ସହ ଏଥିପାଇଁ ଶିଶୁମଙ୍ଗଳ କାର୍ଯ୍ୟାଳୟ ଖୋଲା ଯାଇଛି, ଯାହାକି ସେମାନେ କମଳମତୀ ବୟସରେ ପଥଭ୍ରଷ୍ଟ ନହୋଇ ଆଗାମୀ ଦିନରେ ଦେଶର ଭବିଷ୍ୟତରେ ପରିଗଣିତ ହେବ । କିନ୍ତୁ ତାଳଚେର ଅଂଚଳରେ ଏହାରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ପାଠପଢ଼ିବା ବସୟରେ ଏଣେତେଣେ ଘୂରୀବୁଲି ଭିକ୍ଷାଗ୍ରହଣ କରିବା, ବର୍ତମାନ ଯୁବପିଢ଼ୀଙ୍କ ମନରେ ଶକ୍ତ ଆଘାତ ଦେଇଛି । ମାତ୍ର ଶିଶୁମଙ୍ଗଳ ବିଭାଗ ନିରବଦ୍ରଷ୍ଟା ସାଜିଥିବା କେତେକ ସ୍ୱେଚ୍ଛାସେବୀ ସଂଗଠକମାନେ ଅଭିଯୋଗ କରିଛନ୍ତି । ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।




