ସୁଶୃତ ହସ୍ପିଟାଲ ପାଳିଲା: ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ୨୦୨୬
ଆଜି ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ଅବସରରେ ସୁଶୃତ୍ ହସ୍ପିଟାଲ୍ ର ଓଡିଶା କସ୍ମେଟିକ୍ସ କ୍ଲିନିକ୍ ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଇଛି।
ଆଜି ଶୁଶୃତ ହସ୍ପିଟାଲ ର କାର୍ଯ୍ୟକାରୀ ନିର୍ଦ୍ଧେଶକ ତଥା ବିଶିଷ୍ଟ ସମାଜ ସେବି ଡ଼ଃ ଚିଦାତ୍ମିକା ଖଟୁଆ ଙ୍କ ଅଧ୍ୟକ୍ଷତାରେ ଏବଂ ହସ୍ପିଟାଲ୍ ର ସୂଚନା ଅଧିକାରୀ ତଥା ଅଭିନେତାଡ଼ଃ ରୁଷି ପଟ୍ଟନାୟକଙ୍କ ନେତତ୍ବରେ ଏହି ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ କୁ ଓଡ଼ିଆ ଫିଲ୍ମ ଓ ଧାରାବାହିକ ଅଭିନେତ୍ରୀ ସନ୍ଧ୍ୟା ରାଣୀ ଉପାଧ୍ୟାୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ବହୁସଂଖ୍ୟାରେ ମିଡ଼ିଆର ଭାଇ ଭଉଣୀଙ୍କ ଉପସ୍ଥିତି ରେ ଭାରତ ପ୍ରସିଦ୍ଧ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତର ଅକ୍ଷୟ କୁମାର ରାଉତ୍ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ହସ୍ପିଟାଲ ର ଭୂଅସି ପ୍ରଶଂସା କରିଥିଲେ ।
ଅଭିନେତ୍ରୀ ସନ୍ଧ୍ୟା କହିଥିଲେ କି ଡାକ୍ତର ଅକ୍ଷୟ କୁମାର ରାଉତ୍ ଆଉ ଓଡିଶା କସ୍ମେଟିକ୍ ସର୍ଜରୀ କ୍ଲିନିକ୍ ଆଜି ଆମ ଓଡ଼ିଆ ଚଳଚ୍ଚିତ୍ରରେ କାମ କରୁଥିବା ଅନେକ ଅଭିନେତା ତଥା ଅଭିନେତ୍ରୀ ଙ୍କୁ ସେବା ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଛି।
ଆଜି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସନ୍ଧ୍ୟା ସମୟରେ ଡାକ୍ତର ଅକ୍ଷୟ କୁମାର ରାଉତ୍ ପ୍ରାୟ ୧୨ଜଣ ପ୍ପ୍ଲାଷ୍ଟିକ ସର୍ଜନ ଙ୍କୁ, ଚଳଚ୍ଚିତ୍ର ଅଭିନେତା ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀ ପ୍ରିତିରଜ୍ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେକ କାଟିବା ସହିତ ସମସ୍ତ ପ୍ଲାଷ୍ଟିକ ସର୍ଜନ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।

July 15, 2026/
No Comments


