ଆନନ୍ଦ ଉଲ୍ଲାସ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ
ଯାଜପୁର —— ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଅନ୍ତର୍ଗତ ନଛିପୁର ର ନିଳାଦ୍ରୀବିହାର ଠାରେ ଆଜି ପବିତ୍ର ଶ୍ରୀ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଘୋଷ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ରଥ ପ୍ରତିଷ୍ଠା ଓ ସ୍ବର୍ଯ୍ୟ ପୁଜା,ମଙ୍ଗଳ ଆରତୀ, ଦିଅଁ ମାନଙ୍କର ପହଣ୍ଡି ବିଜେ,ଛେରା ପହଁରା ଓ ରଥାରୂଢ଼ ଆଦି କାର୍ଯ୍ୟକ୍ରମ ଯଥା ରିତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।ପ୍ରବଳ ବର୍ଷା ସତ୍ୱେ ଶହ ଶହ ଭକ୍ତ ମାନଙ୍କର ହରିବୋଲ, ଶଙ୍ଖ ଧ୍ୱନି ଓ ଭଜନ, କୀର୍ତ୍ତନ ମାଧ୍ୟମରେ ବିଗ୍ରହଙ୍କର ରଥାରୂଢ଼ ହୋଇଥିଲେ।ଭକ୍ତ ଦେବାଶିଷ ଆଚାର୍ଯ୍ୟ ଛେରାପହଁରା କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ପରିଚାଳନା ସମିତି ନିଳାଦ୍ରୀବିହାରର କାର୍ଯ୍ୟକ୍ରତା ମାନେ ସହଯୋଗ କରିଥିଲେ।



