କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବରଗଡ଼:୨୨/୮(ପବିତ୍ର ମେହେର): ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ଜୀବଜଗତର ସ୍ଥିତି ଅସମ୍ଭବ।ଏହାକୁ ଆଖି ଆଗରେ ରଖି ବୃକ୍ଷ ରୋପଣ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠାନର ଇକୋ କ୍ଲବ୍ ପକ୍ଷରୁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଅଜିତ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ,ମୁଖ୍ୟ ବକ୍ତା ଭାବରେ କମଗାଁ ବନପାଳ କୈଳାସ ମାଝୀ,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜିତେନ୍ଦ୍ରିୟ ଭୋଇ ଓ ବନରକ୍ଷୀ ରୀତା ରେହେନା ଯୋଗ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିଥିବୃନ୍ଦ ବିଭିନ୍ନ ପ୍ରକାର ବୃକ୍ଷର ବ୍ୟବହାରିକ ଗୁଣ ଉପରେ ଶିକ୍ଷାର୍ଥୀମାନଙ୍କୁ ଉପାଦେୟ ତଥ୍ଯ ପ୍ରଦାନ କରିଥିଲେ। ଅତିଥିଙ୍କ ଦ୍ଵାରା ଅନୁଷ୍ଠାନ ପରିସରରେ ଚାରା ରୋପଣ କରାଯାଇଥିଲା ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅଁଳା,ଜାମୁ,ପିଜୁଳି,ବଉଳ ଆଦି ଚାରା ବଣ୍ଟନ କରାଯାଇଥିଲା।ପରିଚାଳନାରେ ଗୁରୁମା ସୁଜାତା ସାହୁ,ପୂଜା ନାଏକ, ବୀଣା ପ୍ରଧାନ,କମଳିନୀ ପୋଢ,ଶ୍ରଦ୍ଧାଞ୍ଜଳି ସାହୁ,ରାକ୍ଷୀ ଭୋଇ, ଗୋପଲକ୍ଷ୍ମୀ ଥପା ଏବଂ ଫରେଷ୍ଟ ସ୍କ୍ୱାର୍ଡ ସୁମନ୍ତ ମିର୍ଦ୍ଧା ଯୋଗ ଦେଇଥିବା ବେଳେ ଇକୋ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଗୁରୁମା ସୁଦୀପ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

August 25, 2026/
No Comments


