::ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳିତ::

ବରଗଡ଼:-୫/୯(ପବିତ୍ର ମେହେର)ଆଜି ପବିତ୍ର ଗୁରୁଦିବସ ଅତାବିରା ଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି।ଏହି ଅବସର ରେ ମଞ୍ଚାସିନ ସମ୍ପାଦକ ବୀରେନ୍ଦ୍ର ଭୋଇ ଙ୍କ ସଭା ପତିତ୍ୱ ରେ ମୁଖ୍ୟ ଅତିଥି ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ,ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଅଧିକାରୀ ରଜନୀ କାନ୍ତ ଦାଶ,ଏବିଇଓ କାର୍ତିକ ବାଗ,ମୁକେଶ ଭୋଇ, ବିଇଓ ମିଶ୍ରଣୀ କୁମ୍ଭାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ରହିଥିଲେ।

ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଅତାବିରା ପ୍ରାଥମିକ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଶିକ୍ଷକ ଉପେନ୍ଦ୍ର ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ସଭାସ୍ଥଳ ସ୍ଥିତ ପ୍ରଭୁ ଗଣେଶ ଓ ସରସ୍ଵତୀ ଙ୍କ ଫଟୋ ରେ ଦୀପ ପ୍ରଜ୍ବଳନ ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ରେ ଧୂପ,ଦ୍ଵୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରା ଯାଇ ଥିଲା।ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସଭା ଆରମ୍ଭ ହୋଇଥିଲା।ଏହି ଅବସରରେ ଚଳିତ ବର୍ଷ ଅବସର ନେଇଥିବା ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୀତା ପୁସ୍ତକ,ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରା ଯିବା ସହ ପୂର୍ବରୁ ଅବସର ଗ୍ରହଣ କରିଥିବା ୩ଶହ ରୁ ଉର୍ଦ୍ଧ୍ବ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ ଚନ୍ଦନରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସିଆର ସିସି କେଶବ ଛନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସହ ସଂପାଦକ ଲୋକନାଥ ମହାନନ୍ଦ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଥିଲେ।ସନ୍ତୋଷ କର,ମନୋରଞ୍ଜନ ମିଶ୍ର, ଅମୂଲ୍ୟ ସାହୁ,ସୁଦାମ ଭୁଏ, ନିଶିକାନ୍ତ ପଣ୍ଡା,ନନ୍ଦିଘୋଷ ଭୁଏ,ଧମେନ୍ଦ୍ର ପତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମ କର୍ତ୍ତା ପ୍ରମୁଖ ସକ୍ରିୟ ସହ ଯୋଗ କରିଥିଲେ।ସେହିପରି ଗୁରୁ ଦିବସ ଅବସରରେ ୫୩ମୁଖ୍ୟ ଜାତୀୟ ରାଜପଥ କଡ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ସ୍ବାଗତ କରିବା ସହ ମୁଖ୍ୟ ଅତିଥି ଭାବେ ଅଳଙ୍କୃତ କରି ସଭା ଆରମ୍ଭ ହୋଇ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୁରୋହିତ ଅର୍ଦ୍ଧ୍ ନିର୍ମିତ ରେ ଥିବା କୋଠଘର ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିବା ସହ ନିଜ ପାଣ୍ଠି ରୁ ସ୍କୁଲ ଅନ୍ୟାନ୍ୟ ବିକାଶ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି।ଏହା ବ୍ୟତୀତ ଶ୍ରୀଯୁକ୍ତ ପୁରୋହିତ ସ୍କୁଲ ବାଳିକା ମାନଙ୍କ ସହ ମିଶିବା ସହ ଭୋଜନ କରି ଏପରି ସୁଯୋଗ ମିଳିଥିବାରୁ ନିଜକୁ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଥିଲେ।ପରିଶେଷରେ ଯେଉଁ ଗୁରୁ ମତେ ଶିକ୍ଷା ଦେଉଥିଲେ ସେଥିପାଇଁ ସେହି ଗୁରୁ ଦିବସରେ ନିଜେ ଗୁରୁ ଆଶୀର୍ବାଦ ମୋ ପାଇଁ ଆଜ୍ଞା ମାଲ ଥିଲା ବୋଲି ସାଂସଦ ପ୍ରକାଶ କରିଥିଲେ।




