କୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଉତ୍ସବ ପାଳନ କଲେ ଯାଦବ ସମାଜ

ଭବ୍ୟ ଶୋଭାଯାତ୍ରାରେ ଉତ୍ସବମୁଖର ସହର, ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ
ଜୁନାଗଡ଼, ୦୫/୦୯(ବାଲେଶ୍ୱର ସୁନାନୀ ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଯାଦବ ସମାଜ ପକ୍ଷରୁ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବ ଅବସରରେ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ହଜାର ହଜାର ଲୋକଙ୍କ ସମାଗମରେ ସାରା ସହର ଉତ୍ସବମୁଖର ହୋଇଉଠିଥିଲା।ଏହି ଅବସରରେ ଜୁନାଗଡ଼ସ୍ଥିତ ଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଓ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ବେଶଭୂଷା ଓ ଉତ୍ସବର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୋଭାଯାତ୍ରାଟି ସହରର ପରିକ୍ରମା କରି ସ୍ଥାନୀୟ ସାପ୍ତାହିକ ବଜାର ପ୍ରାଙ୍ଗଣରେ ପହଞ୍ଚିଥିଲା।ପରେ ସହର ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା।

ଏଥିରେ ବିଭିନ୍ନ ମନୋରଞ୍ଜନଧର୍ମୀ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯାଦବ ଭାଇଭଉଣୀଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତି ଓ ଉତ୍ସାହରେ ଜୁନାଗଡ଼ ସହର ଦିନତମାମ ଭକ୍ତି, ଭାଇଚାରା ଓ ଉତ୍ସବର ମାହୋଲରେ ମୁଖରିତ ହୋଇଥିଲା।ଅନୁଷ୍ଠିତ ସଭାରେ ଶିବ ହାତୀ, ଡାକେ ଲହଜଲ, ନୀଳାଦ୍ରୀ ପୁଞ୍ଜୀ, ଡମରୁ କଟା, ଗୋପାଳ ଚନ୍ଦନ ଓ ରଞ୍ଜିତ କଟା ପ୍ରମୁଖ ମଞ୍ଚାସୀନ ଥିଲେ।ନନ୍ଦ ଉତ୍ସବକୁ ସଫଳ ଓ ସୁସମ୍ପନ୍ନ କରିବାରେ ଗଣେଶ ଗହୀର, ପ୍ରକାଶ ନିଆଲ, ସୁରେଶ ବାଗ, କୁମୁଦ ଗହୀର, ଧନମାଳୀ ବାଗ, ଧର୍ମେନ୍ଦ୍ର ଧାଙ୍ଗଡାମାଝି , ରାଜୀବ ନାଗ, ତୁଫାନ ଘୀ, ଲକ୍ଷ୍ମଣ ଘୀ, ଗୋବର୍ଦ୍ଧନ ନାଗ, ତାରିଣୀ ହଂସ, ଦାମ କାଣ୍ଡ, ପୂର୍ଣ୍ଣ ଭାଟି, ପୌଲସ୍ତ୍ୟ ବାଗ, ରାକେଶ ଚଣ୍ଡୀ, ବିଜେନ୍ଦ୍ର ଗହୀର, ଭକ୍ତ ଭଣ୍ଡlରଘରିଆ ଓ ଅଶୋକ ନାଗ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଯାଦବ ସମାଜର ଏହି ଭବ୍ୟ ଆୟୋଜନ ସାମାଜିକ ଏକତା, ଭାଇଚାରା ଓ ପାରମ୍ପରିକ ସଂସ୍କୃତିକୁ ଆହୁରି ସୁଦୃଢ଼ କରିବାରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।




