ହକି ଓଡ଼ିଶାକୁ ‘ହାଇଜାକ୍’ ଅଭିଯୋଗରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି
କଟକ ଓଡ଼ିଶାର ହକି ପ୍ରଶାସନକୁ ‘ହାଇଜାକ୍’ କରାଯାଉଥିବା ଅଭିଯୋଗ କରିଛନ୍ତି ହକି ଓଡ଼ିଶାର କର୍ମକର୍ତ୍ତା ଓ ପୂର୍ବତନ ଖେଳାଳି। ରାଜ୍ୟ ହକି ସଂଗଠନରେ ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଫେରାଇ ଆଣିବାକୁ ସେମାନେ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଅଭିଯୋଗ କରିଛନ୍ତି ଯେ, ହକି ଆସୋସିଏସନ୍ ଅଫ୍ ଓଡ଼ିଶାର କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ୧୭ ମେ ୨୦୨୬ରେ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂଆ ନିର୍ବାଚନ ହୋଇନାହିଁ। ଜୁନ୍ ୧୮ର ବାର୍ଷିକ ସାଧାରଣ ସଭାରେ ନିର୍ବାଚନ ପ୍ରସଙ୍ଗ ଥିଲେ ମଧ୍ୟ ତାହା ହୋଇନଥିବା ସେ କହିଛନ୍ତି।ଜିଲ୍ଲା ହକିଆସୋସିଏସନ୍ଗୁଡ଼ିକରେ ସରକାରୀ ଅଧିକାରୀଙ୍କ ପଦାଧିକାରୀ ଭାବେ ରହିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ହକିର ପ୍ରଶାସନରେ ଖେଳାଳି ଓ ପ୍ରକୃତ ପ୍ରତିନିଧିଙ୍କ ଭୂମିକା ସୁନିଶ୍ଚିତ କରିବା ସହ IOC ଚାର୍ଟର ଅନୁଯାୟୀ ଗଣତାନ୍ତ୍ରିକ ବ୍ୟବସ୍ଥା ଗଠନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଶତପଥୀଙ୍କ ସହ ପ୍ରଣବ କିଶୋର ପଟ୍ଟନାୟକ, ଅମର କୁମାର ମହାନ୍ତି, ନିର୍ମଳ ବଳ ଓ ଦେବବ୍ରତ ପତି ଉପସ୍ଥିତ ଥିଲେ।



