Spread the love

ନନ୍ଦନକାନନରେ ବଢ଼ିଲା ବିଦେଶୀ ପ୍ରାଣୀଙ୍କ ସଂଖ୍ୟା, ଆସିଲେ ୧୪ ପ୍ରଜାତିର ୫୮ ଜୀବ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଯୋଡ଼ି ହୋଇଛନ୍ତି ୧୪ ପ୍ରଜାତିର ବିଦେଶୀ ପ୍ରାଣୀ। ଗୁଜୁରାଟସ୍ଥିତ ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଏହି ପ୍ରାଣୀମାନଙ୍କୁ ଦାନ ସୂତ୍ରରେ ନନ୍ଦନକାନନକୁ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ମୋଟ ୫୮ଟି ବିଦେଶୀ ଜୀବ ନନ୍ଦନକାନନରେ ପହଞ୍ଚିଛନ୍ତି। ଏଥିରେ ୪ଟି ଜେବ୍ରା ଓ ୪ଟି କଙ୍ଗାରୁ ସାମିଲ ଥିବା ଜଣାପଡ଼ିଛି। ଏହି ନୂଆ ଅତିଥିମାନଙ୍କ ଆଗମନ ପରେ ନନ୍ଦନକାନନରେ ଥିବା ପ୍ରାଣୀ ପ୍ରଜାତିର ସଂଖ୍ୟା ୧୮୮ରେ ପହଞ୍ଚିଛି।

ବିଦେଶୀ ପ୍ରାଣୀଙ୍କ ଏହି ଆଗମନ ନନ୍ଦନକାନନର ଜୈବ ବିବିଧତାକୁ ଆହୁରି ସମୃଦ୍ଧ କରିବା ସହ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *