Spread the love

ଶିକ୍ଷା ହିଁ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ: ରୁଦ୍ରନାରାୟଣ ପାଣି

ହିନ୍ଦୋଳ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଲେ ସାଂସଦ

ହିନ୍ଦୋଳ: ଶିକ୍ଷା ହେଉଛି ଏକ ସୁନ୍ଦର ଓ ସଫଳ ଭବିଷ୍ୟତର ମୂଳଦୁଆ। ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଗୁରୁତ୍ୱ ଅପାର। ଏହା ଜ୍ଞାନ ବୃଦ୍ଧି ସହ ଆତ୍ମବିଶ୍ୱାସ ଓ ଦକ୍ଷତାର ବିକାଶ କରିଥାଏ ବୋଲି କହିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି।

ହିନ୍ଦୋଳ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇ ସାଂସଦ ଶ୍ରୀ ପାଣି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଶିକ୍ଷାକୁ ଜୀବନର ସଫଳତାର ମୁଖ୍ୟ ଆଧାର ଭାବେ ଗ୍ରହଣ କରିବା ସହ ନିଜର ସ୍ୱପ୍ନ ପୂରଣ ପାଇଁ ନିଷ୍ଠାର ସହ ଆଗେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ଶିମାରାଣି ନାୟକ ମଧ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତେ ଏକାଠି କାମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀଙ୍କ ମୁହଁରେ ହସ, ମନରେ ଆତ୍ମବିଶ୍ୱାସ ଓ ଭବିଷ୍ୟତ ପାଇଁ ନୂଆ ସ୍ୱପ୍ନର ଝଲକ ଦେଖିବାକୁ ମିଳିଥିଲା। ଶିକ୍ଷାର ବିକାଶ ହେବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହେଉ—ଏହା ହିଁ ସମସ୍ତଙ୍କ କାମନା ବୋଲି ସାଂସଦ ଶ୍ରୀ ପାଣି କହିଥିଲେ।

Leave a Reply

Your email address will not be published. Required fields are marked *