Spread the love

ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ: ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ବ୍ରହ୍ମପୁର, ୧୨/୯: ଚଳିତ ବର୍ଷ ଗୋସାଇଁନୂଆଗାଁ ଦୁର୍ଗାପୂଜା ଅନୁଷ୍ଠାନ ପାଳନ କରିବାକୁ ଯାଉଛି ଏକ ଐତିହାସିକ ଅବସର। ଦୁର୍ଗାପୂଜାର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏଥର ସୁବର୍ଣ୍ଣ ଜୟନ୍ତୀ ବା ଗୋଲ୍ଡେନ୍ ଜୁବୁଲି ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏନେଇ ଗୋସାଇଁନୂଆଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ନେହେରୁନଗର ୯ମ ଲେନ୍‌ସ୍ଥିତ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଗାମୀ ପୂଜାକୁ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନେଇ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା।

ଆସନ୍ତା ୧୪ ତାରିଖ ଶ୍ରୀଗଣେଶ ପୂଜା ଅବସରରେ ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ସୁବର୍ଣ୍ଣ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପୂଜା ପରିଚାଳନାରେ ସୁବିଧା ପାଇଁ କମିଟିର ବିଭିନ୍ନ ସଦସ୍ୟଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ମଧ୍ୟ ବଣ୍ଟନ କରାଯାଇଛି।

ବୈଠକରେ କମିଟି ଉପସଭାପତି ପିଣ୍ଟୁ ମହାରଣା, ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ସହସମ୍ପାଦକ ରାମଚନ୍ଦ୍ର ସାହୁ (ବାପି), କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡାଙ୍କ ସମେତ ଶାଇ ପ୍ରସାଦ ସାହୁ, ଅଶ୍ୱିନୀ କୁମାର ପଟ୍ଟନାୟକ, ପ୍ରମୋଦ ଚୌଧୁରୀ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, କୈଳାସ ଚୌଧୁରୀ, ସୁନିଲ କୁମାର ସାହୁ, କୃଷ୍ଣଚନ୍ଦ୍ର ଚୌଧୁରୀ, ମଦନମୋହନ ପାତ୍ର, କୁଞ୍ଜବିହାରୀ ପଣ୍ଡା, ଅମୀୟ କୁମାର ଦାସ, ମଧୁସୂଦନ ସାହୁ, ଅନନ୍ତ ରାମ ପ୍ରଧାନ, ସରୋଜ ସାହୁ, ପ୍ରସନ୍ନ ନାୟକ, କେଦାରନାଥ ଚୌଧୁରୀ, ନରେନ୍ଦ୍ର ପାଣିଗ୍ରାହୀ, ହରିକୃଷ୍ଣ ପାତ୍ର, ଶିବରାମ ଦୀକ୍ଷିତ, ବିନୋଦ ସିଂ, କେଦାର ପାଣିଗ୍ରାହୀ, ବିକ୍ରମ କେଶରୀ ସାବତ, କପିଳାସ ଚୌଧୁରୀ, ଭାର୍ଗବ ପାଢ଼ୀ, କୁନାଲ କୁମାର, ଅନିଲ ପାଣିଗ୍ରାହୀ, ସୁଦର୍ଶନ ମହାକୁଡ଼, ନାରାୟଣ ସାହୁ, ସୌମେନ୍ଦ୍ର ମିଶ୍ର, ସନ୍ତୋଷ ପଟ୍ଟନାୟକ, ମନୁ ଚୌଧୁରୀ, କେ. ହେମନ୍ତ କୁମାର, ଶଙ୍କର୍ଷଣ ସାହୁ, ମାନଭଞ୍ଜନ ପଟ୍ଟନାୟକ, ହାଡୁ ପାତ୍ର, ପ୍ରଫୁଲ୍ଲ ବେହେରା, ସୁଶାନ୍ତ ଚୌଧୁରୀ, ବିଜୟ ସାହୁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ପ୍ରଫୁଲ୍ଲ ପାତ୍ରଙ୍କ ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ଥିଲେ।

ଗୋସାଇଁନୂଆଗାଁ ଦୁର୍ଗାପୂଜାର ୫୦ ବର୍ଷ ପୂର୍ତ୍ତିକୁ ନେଇ କମିଟି ସଦସ୍ୟ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଏଥରର ସୁବର୍ଣ୍ଣ ଜୟନ୍ତୀ ପୂଜା ଅଞ୍ଚଳରେ ଏକ ନୂଆ ଉତ୍ସାହ ଓ ଆକର୍ଷଣ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *