Spread the love

ହାତୀଉପଦ୍ରବ ଦିନକୁଦିନ ବୃଦ୍ଧି ପାଉଛି, ଘରଭାଙ୍ଗିଲେ ହାତୀ ପଲ ,

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଦିନକୁ ଦିନ ବୃଦ୍ଧିପାଉଛି ଜଙ୍ଗଲି ହାତୀଙ୍କ ଉପଦ୍ରବ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବର୍ଦ୍ଧନା ଗ୍ରାମରେ ହାତୀପଲ ଗ୍ରାମରେ ପଶି ଗ୍ରାମର ଗୋଟିଏ ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଜାଲି ଜଙ୍ଗଲରେ ରହିଥିବା ୨୫ ଟିକିଆ ହାତୀପଲ ଗତ ରାତି ପ୍ରାୟ ୨ଟା ବେଳେ ଜଙ୍ଗଲରୁ ବାହାରି ଆସି ବର୍ଦ୍ଧନା ଗ୍ରାମରେ ପଶି ଥିଲେ ।ଗ୍ରାମର କାର୍ତ୍ତିକ ମାଝୀ ଙ୍କ ଘର କୁ ଚାରିପଟୁ ଘେରିଯାଇ ଭାଙ୍ଗିବାରୁ ଘର ଭିତରେ ଶୋଇଥିବା କାର୍ତ୍ତିକ ଓ ତାଙ୍କ ପରିବାରଲୋକ ଘରୁ ବାହାରି ଦୈଡି ପଳାଇ ବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ହାତୀପଲ ଘରକୁ ଚାରିପଟୁ ଭାଙ୍ଗି ଦେବା ସହିତ ଘରେ ଥିବା ଧାନ ଚାଉଳ ଖାଇ ଯିବା ସହ ସମସ୍ତ ଆସବାବପତ୍ରକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଘରକୁ ଏପରି ହାତୀପଲ ଭାଙ୍ଗି ଦେଇଛନ୍ତି ଯେ ସେ ଘରେ ପରିବାର ଲୋକ ରହିବା ସମ୍ଭବ ନୁହେଁ । ହାତୀପଲ ଘରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିବାରୁ ବର୍ତ୍ତମାନ କାର୍ତ୍ତିକଙ୍କ ପରିବାର କେଉଁଠି ରହିବେ ସେନେଇ ଚିନ୍ତାରେ ଅଛନ୍ତି। ଏହି ଗରିବ ପରିବାରକୁ ବନବିଭାଗ ପକ୍ଷରୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ପରିବାର ଲୋକେ ଦାବିକରିଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *