କାୟାର କଂନେଟ ର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଭଟଲି :- ପ୍ରତ୍ୟେକ ମାସର ଶେଷ ରବିବାର ଭଳି ଆଜି ‘କାୟାର କଂନେଟ’ ଟିମ୍ ତରଫରୁ କମଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଶିଷ୍ଟ ଡାକ୍ତର ସୁମନ୍ତ ସାହୁ ଯୋଗଦେଇ ମୋଟ ୭୩ ଜଣ ରୋଗୀଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦେଇଥିଲେ। ଏହା ସହିତ ଶିବିରରେ ୧୬ ଜଣ ବ୍ୟକ୍ତିଙ୍କର ମାଗଣା ରକ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କାୟାର କଂନେଟ ଟିମ୍ର ଏହି ନିରନ୍ତର ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଏହି ମହତ୍ କାର୍ଯ୍ୟରେ ନିଶ୍ୱାର୍ଥପର ଭାବେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନଙ୍କୁ ଆୟୋଜକଙ୍କ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି।
