ମାଇଁ ଭାରତ ଢେଙ୍କାନାଳ ତରଫରୁ ସେଣ୍ଟ ଜାଭିୟର ସ୍କୁଲରେ ଏକ ନଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ 80 ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏଥିରେ କିଭଳି ନିଶା ରୁ ନିବୃତ୍ତ ରହି ଏକ ସୁସ୍ଥ ଭାରତ ଗଠନ କରିହେବ ତାହା ଉପରେ ଆଲୋକପାତ କରା ଯାଇଥିଲା।ଭାରତ ସରକାରଙ୍କ ନଶା ମୁକ୍ତ ଅଭିଯାନ ପ୍ରାୟ ସବୁ ଜିଲ୍ଲା ଗ୍ରାମ ସହର ଓ ରାଜ୍ୟରେ ଏକ ଅଦ୍ଭୁତ ପୂର୍ବ ସଫଳତା ପାଇଛି।ଯୁବପିଢ଼ି ନିଶାରୁ ନିବୃତ୍ତ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ଏହି ଆହ୍ୱାନ ଦିଆ ଯାଇଥିଲା।
