Spread the love

ହାତୀପଲକୁ ଘଉଡେଇବା ସହ ନଷ୍ଟ ଫସଲର କ୍ଷତିପୂରଣ ଦାବୀନେଇ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଦୀର୍ଘଦିନ ଧରି ଚମ୍ପୁଆ ରେଞରେ ଜଙ୍ଗଲି ହାତୀପଲ ଲୋକଙ୍କ ନିଦ ହଜାଇ ଆସୁଥିବାବେଳେ ଗତ କିଛି ସପ୍ତାହ ହେବ ହାତୀପଲ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ପତଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଗ୍ରାମବାସୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷକରି ଖର୍ଚ୍ଚାନ୍ତ ହୋଇଥିବା ବେଳେ ଦୈନିକ ହାତୀ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀ ଘଉଡେଇବାରେ ବିଫଳ ହେବା ରୁ ଦିନକୁ ଦିନ ଏହି ଗାଁ ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଆଜି ଗ୍ରାମ ବାସୀ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶୀଘ୍ର ହାତୀ ଘଉଡେଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ବନ ବିଭାଗ ପ୍ରତିଦିନ ହାତୀକୁ ଘୋଉଡାଇବା ବଦଳରେ ନିରବଦ୍ରଷ୍ଟା ସାଜି ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମ ବାସୀ। ଯାହାକୁ ନେଇ ହାତୀପଲ ପ୍ରତି ଦିନ ରାତିରେ ବ୍ୟାପକ ଫସଲ ମାଡି ଚକଟି ନଷ୍ଟ କରୁଛନ୍ତି । ତେଣୁ ଶୀଘ୍ର ହାତୀ ପଲଙ୍କୁ ଘୋଉଡାଇ ଚାଷକୁ ସୁରକ୍ଷା ଦିଆଯିବା ସହିତ ଘରଦ୍ଵାର ଭଙ୍ଗା ରୋକାଯାଇ ପାରିବ ସେ ନେଇ ଅଭିଯୋଗ ହୋଇଥିବାବେଳେ ରେଞ୍ଜ ଅଧିକାରୀ ଆଜି ପୋଲିସ ସହିତ ଗ୍ରାମବାସୀ ଙ୍କ ସହାୟତା ରେ ହାତୀ ଘଉଡେଇବାକୁ ପ୍ରତିଶ୍ରୁତି ଦେଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *