Spread the love

ଶ୍ରମିକଙ୍କ ବକେୟା ଦେୟ ପରିଶୋଧ ନକରି M/s BKS Enterprisesକୁ ପୁନଃ କାମ ଦେବା ନେଇ ଉତ୍କଳ ବିଦ୍ୟୁତ କର୍ମଚାରୀ ସଂଘ (UBKS) ପକ୍ଷରୁ TPCODL ନିକଟରେ ଆପତ୍ତି ଜଣାଯାଇଛି। ସଂଘ ପକ୍ଷରୁ ପ୍ରଥମେ ଶ୍ରମିକଙ୍କ ବକେୟା ଦରମା, ଗ୍ରାଚୁଇଟି ଓ ଅନ୍ୟାନ୍ୟ ଦେୟ ପରିଶୋଧ କରିବା ପରେ କାମ ଦେବାକୁ ଦାବି କରାଯାଇଛି।

ସଂଘର ଅଭିଯୋଗ ଅନୁସାରେ, ପୂର୍ବରୁ ୧୦୩ ଜଣ ଶ୍ରମିକଙ୍କ ପ୍ରାୟ ୬୧ ଲକ୍ଷ ଟଙ୍କାର ବିଭିନ୍ନ ଦେୟ ବକେୟା ରହିଥିଲା। ଏନେଇ କିଛି ମାମଲା ମଧ୍ୟ ବିଚାରାଧୀନ ଥିବା ସଂଘ ଦର୍ଶାଇଛି।

ଏହି ପରିସ୍ଥିତିରେ BKSକୁ ପୁନଃ କାମ ଦେବା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ଶ୍ରମିକଙ୍କ ବକେୟା ଦେୟ ଓ ଆଇନଗତ ପ୍ରସଙ୍ଗଗୁଡ଼ିକର ସମାଧାନ କରିବାକୁ UBKS ଦାବି କରିଛି।

ଅସହଯୋଗ ଆନ୍ଦୋଳନ ସୂଚନା

ଦୀର୍ଘଦିନ ଧରି ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ପାଉଣା, ଗ୍ରାଚୁଇଟି ଓ ଅନ୍ୟାନ୍ୟ ନ୍ୟାୟସଙ୍ଗତ ଦାବି ସମାଧାନ ହୋଇନଥିବାରୁ ଆମେ ଗଭୀର ଭାବେ ଅସନ୍ତୁଷ୍ଟ।

ଏହି ସମସ୍ୟାର ତୁରନ୍ତ ସମାଧାନ ଦାବିରେ ୦୭.୧୦.୨୦୨୬ ସକାଳ ୬ଟାରୁ କାର୍ଯ୍ୟରେ ଅସହଯୋଗ କରାଯିବ।

ଆମର ଦାବି ସ୍ପଷ୍ଟ — ପ୍ରଥମେ ବକେୟା ପାଉଣା ପ୍ରଦାନ କରାଯାଉ ଏବଂ ଶ୍ରମିକମାନଙ୍କ ସମସ୍ତ ନ୍ୟାୟସଙ୍ଗତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ।

ଦାବିର ସମାଧାନ ନ ହେଲେ ଆଗାମୀ ପଦକ୍ଷେପ ପାଇଁ ଶ୍ରମିକମାନେ ବାଧ୍ୟ ହେବେ।

Leave a Reply

Your email address will not be published. Required fields are marked *