Spread the love

ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିର

ମାନବିକତାର ବାର୍ତ୍ତା ଦେଲା ବିଜେପି ଯୁବ ମୋର୍ଚ୍ଚା

ତାଳଚେର: ‘ରକ୍ତଦାନ ମହତ୍ ଦାନ’ର ବାର୍ତ୍ତାକୁ ନେଇ ସେବା ସଂକଳ୍ପ ଅଭିଯାନ ଅବସରରେ ତାଳଚେରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ ଯୁବକ ଓ ଦଳୀୟ କାର୍ଯ୍ୟକର୍ତ୍ତା ରକ୍ତଦାନ କରିଥିଲେ।

ଶିବିରରେ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି କେଶରୀ ପଟ୍ଟନାୟକ ଏବଂ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ସଭାପତି ସିଦ୍ଧାର୍ଥ ରାଉତରାୟ, ଉପସଭାପତି ସ୍ୱାଧୀନ ଥମ୍ବଙ୍କ ସମେତ ଉପସଭାପତି ମନୋଜ କୁମାର ପ୍ରଧାନ, ବିଜେପି ନେତା ତଥା ଶ୍ରମିକ ନେତା ରଙ୍ଗାଧର ନାହାକ, ପୌର ମଣ୍ଡଳ ସଭାପତି ମୁନା ଦଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ବରିଷ୍ଠ ଦଳୀୟ ନେତୃମଣ୍ଡଳୀ, ନାରୀ ନେତ୍ରୀ ଓ ଯୁବ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଶିବିରକୁ ସଫଳ କରିଥିଲେ। ଯୁବ ମୋର୍ଚ୍ଚା ସମ୍ପାଦକ ସିପୁନ୍ ବେହେରା, ମହେଶ୍ୱର ବେହେରା, ମଣ୍ଡଳ ସଭାପତି ବିକାଶ ସାହୁ, ଦିବ୍ୟ ରଞ୍ଜନ ଦାସ ଓ ସୌମ୍ୟ ରଞ୍ଜନ ସାହୁଙ୍କ ସମେତ ବହୁ ଯୁବ ସାଥୀ ରକ୍ତଦାନ କରିଥିଲେ।

ଆବଶ୍ୟକ ସମୟରେ ରକ୍ତ ଯୋଗାଣ ମାଧ୍ୟମରେ ଜୀବନ ବଞ୍ଚାଇବାରେ ରକ୍ତଦାନର ଗୁରୁତ୍ୱ ରହିଥିବାରୁ ଏଭଳି ସେବାମୂଳକ କାର୍ଯ୍ୟକୁ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶିବିରକୁ ସଫଳ କରିଥିବା ଯୁବ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା, ରକ୍ତଦାତା ଓ ସହଯୋଗୀମାନଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଯାଇଛି।

Leave a Reply

Your email address will not be published. Required fields are marked *