Spread the love

*ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା “ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ :*

ବ୍ରହ୍ମପୁର, ୮/୧୦ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା “ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ” ଜିଲ୍ଲା ସଭାପତି ସରୋଜ ସାବତଙ୍କ ସଭାପତିତ୍ବରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ସାରଦା ପ୍ରସାଦ ସତପଥିଙ୍କ ସମେତ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ,ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ମାନ୍ୟବର ଦିଗପହଣ୍ଡି ବିଧାୟକ ଡ଼ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ସୁରେଶ ପାଢ଼ୀ, ବିପିନ ପ୍ରଧାନ, ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିବା ସହ ଏହି “ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ” ବୈଠକର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ସରୋଜ ସାବତ ସ୍ୱାଗତ ଭାଷଣ ଦେଇଥିଲେ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ,ଏକନିଷ୍ଠ ଉଦ୍ୟମ, ବିଶେଷ କରି କେନ୍ଦ୍ର ଓ ରାଜ୍ୟ ନେତୃତ୍ୱର ଦିଗଦର୍ଶନ ଫଳରେ ଆମେ ଲୋକଙ୍କ ସରକାର ଗଠନ କରିବାରେ ସଫଳ ହୋଇଛୁ । ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ଗତ ଅଢ଼େଇ ବର୍ଷ ଭିତରେ ଅନେକାଂଶରେ ପାଳନ କରିଛୁ ବୋଲି ଜିଲ୍ଲା ସଭାପତି ସରୋଜ ସାବତ କହିଥିଲେ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ସୁରେଶ ପାଢ଼ୀ ଏବଂ ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ସମର୍ଥନ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ଡ଼ବଲ୍ ଇଞ୍ଜିନ୍ ସରକାରଙ୍କ ଜନସାଧାରଣଙ୍କ ପାଇଁ ହେଇଥିବା ବିଭିନ୍ନ ଯୋଜନା ପାଇଁ ମାନ୍ୟବର ଦିଗପହଣ୍ଡି ବିଧାୟକ ଡ଼ ସିଦ୍ଧାନ୍ତ ମହାପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମର୍ଥନ କରିଥିଲେ । ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗତ ଅଢ଼େଇ ବର୍ଷରେ ହୋଇଥିବା କାର୍ଯ୍ୟ ଏବଂ ଯୋଜନା ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ । ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତ ଅଢ଼େଇ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ । ସ୍ୱାଭିମାନ, ସମୃଦ୍ଧ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନରେ ଯେଉଁ ମାନେ ପ୍ରତିବନ୍ଧକ ସାଜିଛନ୍ତି ସେମାନଙ୍କୁ କଡ଼ା ମୁକାବିଲା କରିବାକୁ ହେବ । ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରିବା ଘଟଣାରେ ବିଜୁ ଜନତା ଦଳ ନିନ୍ଦିତ ହୋଇଛି । ଆସନ୍ତା କଲେଜ ନିର୍ବାଚନ ଠାରୁ ଆରମ୍ଭ କରି ଆସନ୍ତା କୋପେରିଟିଭ ନିର୍ବାଚନ ଏବଂ ପଞ୍ଚାୟତ ଓ ପୈାର ନିର୍ବାଚନରେ ଦଳ କିଭଳି ବିଜୟୀ ହେବ ତାହା ଉପରେ ବୁଥ୍ ସ୍ତରରୁ କାମ ଆରମ୍ଭ ହେବା ଜରୁରୀ ବୋଲି କରିବା ସହ ଦଳର ନୀତି, ଆଦର୍ଶ ଓ ଶୃଙ୍ଖଳା ଉପରେ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ୍” ଗାନକୁ କଂଗ୍ରେସ ବିରୋଧ କରୁଛି ଏହାକୁ ମାନ୍ୟବର ମନ୍ତ୍ରୀଙ୍କ ସମେତ କାର୍ଯ୍ୟକାରିଣୀ ଦୃଢ଼ ନୀନ୍ଦା କରିଥିଲେ । ଏମଏମଡ଼ିଆର୍ ସଂଶୋଧନ ବିଲ୍ ନେଇ ବିରୋଧୀ କଂଗ୍ରେସ, ବିଜୁ ଜନତା ଦଳ ଜନସାଧାରଣଙ୍କୁ କିଭଳି ଭୁଆଁ ବୁଲାଇବା ଉଦ୍ୟମ କରୁଛନ୍ତି ଏବଂ ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଲ୍ କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । କଂଗ୍ରେସ ଓ ବିଜେଡ଼ିର ଏଭଳି ନାଟକବାଜିକୁ ଜିଲ୍ଲା କାର୍ଯ୍ୟକାରିଣୀରେ ଦୃଢ଼ ନୀନ୍ଦା କରାଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ସାରଦା ପ୍ରସାଦ ସତପଥି ଯୋଗ ଦେଇ ସମଗ୍ର ବିଶ୍ଵରେ ସର୍ବବୃହତ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ଉଭା ହୋଇଛି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୧୪ ବର୍ଷ ଶାସନ ପୁର୍ତ୍ତି କରିଛି । ଓଡ଼ିଶାରେ ମଧ୍ୟ ଆମେ ସରକାର କରିଛୁ । କେବଳ ସରକାର କରିବା କିମ୍ବା କ୍ଷମତା ଦାଖଲ କରିବା ଆମ ଦଳର ମୂଳ ଲକ୍ଷ୍ୟ ନୁହଁ । ୨୦୩୬ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତ ବାର୍ଷିକୀ ପାଳନ ବେଳକୁ ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି କହିଥିଲେ । ସେବା ଓ ସଂକଳ୍ପ ମନୋଭାବ ନେଇ ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଆମକୁ ଅଗ୍ରସର ହେବାକୁ ହେବ । ସବ୍ କା ସାଥ୍ ସବ୍ କା ବିକାଶ, ସବ୍ କା ପ୍ରୟାସ ସବ୍ କ ବିଶ୍ୱାସ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଲୋକଙ୍କ ହୃଦୟ ଜିତିବାକୁ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି ଗୁରୁମନ୍ତ୍ର ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ,ରତ୍ନଗର୍ଭା ସରସ୍ୱତୀ ଦେବୀ,ମୀନା ଦ୍ୟାନସାମନ୍ତରା,ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ନାୟକ,ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ,ସବିତା ସାହୁ,ସ୍ମିତାଲି ସ୍ନିଗ୍ଧା ପାତ୍ର,ବନିତା ସାହୁ,ଦୁର୍ଯୋଧନ ରେଡ୍ଡୀ,ପୂର୍ବତନ ଜିଲ୍ଲା ସଭାପତି ଶିଶିର ପାଢ଼ୀ,ପୂର୍ବତନ ବିଧାୟକ ଶିବ ସାହାଣୀ,ରାଜ୍ୟ ପ୍ରବକ୍ତା ଟି.ଗୋପି,ବରିଷ୍ଠ ନେତ୍ରୀ ସବିତା ସୁଆର,ବରିଷ୍ଠ ନେତା ସୁନିଲ କୁମାର ସାହୁଙ୍କ ସମେତ ଜିଲ୍ଲା ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ । ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର ଏବଂ ଯୁବମୋର୍ଚ୍ଚା ସଦସ୍ୟ ଏହି କାର୍ଯ୍ୟକାରିଣୀ ବୈଠକକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *