Spread the love

*ଆଶ୍ରମ ଵିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ*

ଭଟଲି :- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଆଶ୍ରମ ସ୍କୁଲ ଗୋପାଳପୁରରେ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ସରକାରୀ ହାଇସ୍କୁଲ ବଡମାଳର ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରାଜୀବ ଲୋଚନ ସାହୁ, ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ, ମମତା ସାହୁ ଏବଂ ଇକୋ କ୍ଲବ୍ ସଦସ୍ୟ ଉପସ୍ଥିତ ଥିଲେ।ଶିକ୍ଷକ ଦିଲ୍ଲୀପ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *