Spread the love

ବଡ଼ବିଲ ପୌରାଞ୍ଚଳରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଭିନବ ପ୍ରୟାସ।

କେନ୍ଦୁଝରଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନ ପାଇଁ ବହୁ ସଂଖ୍ୟାରେ ଭାରିଜାନ ଚଳାଚଳ କରିଥାଏ ଏବଂ ଏଥିପାଇଁ ଅନେକ ସମୟରେ ନିଜର ସୁରକ୍ଷାରେ ଅବହେଳା ଯୋଗୁ ମୋଟରସାଇକେଲ ଆରୋହୀ ମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି ଯାହାକୁ ଦୃଷ୍ଟିରେ ରଖି ବଡ଼ବିଲ ପୌରାଞ୍ଚଳର କୀରିବୁରୁ ଛକ ନିକଟରେ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗର ପକ୍ଷରୁ ମୋଟର ସାଇକେଲ ଚଳାଳ ମାନଙ୍କୁ ସଚେତନ କରାଇବା ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କୁରିବୁରୁ ଛକ ନିକଟରେ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ବରଂଜନ ସାହୁ ଓ ଏମଭିଆଇ ଅରୁଣ କୁମାର ସାହୁ ନିଜ ସହକର୍ମୀଙ୍କ ସହ ଉପସ୍ଥିତ ହୋଇ ବିନା ହେଲମେଟ ପିନ୍ଧି ମୋଟର ସାଇକେଲ ଚଳାଇ ଯାଉଥିବା ଲୋକଙ୍କୁ ହେଲମେଟ ପିନ୍ଧି ଯିବା ଆସିବା କରିବାକୁ ପରାମର୍ଶ ଦେଇଥିଲେ ଓ ସେମାନଙ୍କୁ ସଚେତନତା ବାର୍ତ୍ତା ଦେବାସହ ନୂତନ ହେଲମେଟ ପ୍ରଦାନ୍ କରିଥିବା ଦେଖିବାକୁ ମିଳିଛି। ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *