ବିକାଶ ପଥେ ଅନ୍ଧାରୀ ଗ୍ରାମପଂଚାୟତ, କୋରେଇ ବିଧାୟକଙ୍କ ଦ୍ୱାରା ଅନ୍ଧାରୀ ଗ୍ରାମପଂଚାୟତର ୨ଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
ଅନ୍ଧାରୀ ଗ୍ରାମପଂଚାୟତର ବହୁଦିନର ଦାବୀ ଆଜି ପୂରଣ ହେବାକୁ ଯାଉଅଛି
ଅନ୍ଧାରୀ ଗ୍ରାମପଂଚାୟତରେ ଲାଇଫ୍ ଲାଇନ୍ କୁହାଯାଉଥିବା ରାସ୍ତା ରଗଡି ଛକ ଠାରୁ କିଆପଦା ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ କଲେ ଆକାଶ
ନିର୍ବାଚନ ପ୍ରତିଶୃତି ଦେଇ ପ୍ରତିଶୃତି ରଖିଲେ କୋରେଇର ବିକାଶ ପୁରୁଷ ଆକଶ
କୋରେଇ ବିଧାୟକଙ୍କ ଦ୍ୱାରା ଅନ୍ଧାରୀ ଗ୍ରାମପଂଚାୟତର ୨ଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
———————————————————————–

ରଗଡି, ୦୯/୧୦ : ଆଜି କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମପଂଚାୟତରେ ଦୁଇଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ କଲେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ । ମାନ୍ୟବର ବିଧାୟକଙ୍କୁ କର୍ମୀମାନେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ କାମୁଡେଇ ପୀଠ ଠାରୁ ରଗଡି ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରଗଡି ଛକ ଠାରେ ରଗଡି କିଆପଦା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ରାସ୍ତାଟି ବହୁତ ଖରାପ ଅବସ୍ଥାରେ ଥିଲା । ଏହି ରାସ୍ତାଟି ଅନ୍ଧାରୀ ଗ୍ରାମପଂଚାୟତର ଲାଇଫ୍ ଲାଇଡ଼୍ କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ଧାରୀ ଗ୍ରାମପଂଚାୟତର ଏହି ରାସ୍ତାଟି ବହୁତ ଦିନର ଦାବୀ ଆଜି ପୂରଣ ହେବାକୁ ଯାଉଛି । ଏହି ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ୫ କୋଟି ୧୨ ଲକ୍ଷ ଟଙ୍କା ଅର୍ଥ ମଂଜୁର କରିଛନ୍ତି । ସେହିପରି ଆଇଚପୁର ସ୍କୁଲ ଛକ ଠାରୁ ଜରଦା ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୩୭ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଅଛି । ଏହି ଦୁଇଗୋଟି ରାସ୍ତା ନିର୍ମାଣ ହେଉଥିବା ଜାରି ଆଜି ଅନ୍ଧାରୀ ଗ୍ରାମପଂଚାୟତବାସୀ ବହୁତ ଖୁସି ଥିବାର ଅନୁମାନ କରାଯାଇଛି । ମାନ୍ୟବର ବିଧାୟକ ଶ୍ରୀ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ ଅନ୍ଧାରୀ ଗ୍ରାମପଂଚାୟତବାସୀ ଏବଂ କୋରେଇ ବ୍ଲକର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । କୋରେଇ ବ୍ଲକରେ ଗମନାଗମନ ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡା ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଦିନରେ ଆଉ ୧୦ ଗୋଟି ରାସ୍ତାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଶୁଭ ଭିତିପ୍ରସ୍ତର ସ୍ଥାପନ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିମୟୀ କୁଅଁର, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, କୋରେଇ ବ୍ଲକ୍ ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ଅନ୍ଧାରୀ ଗ୍ରାମପଂଚାୟତ ବିଜେପି ସଭାପତି ପ୍ରତାପ ରାଉତରାୟ, ଅନ୍ଧାରୀ ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ କୁଳମଣୀ ଦାସ, ଗୟାଧର ପରିଡା, ସୁକର୍ଣ୍ଣ ରାଉତ, ନିହାର ରଞ୍ଜନ ତ୍ରିପାଠୀ, ରାମଚନ୍ଦ୍ର ମାଝୀ, କୋରାବନ୍ଦୀ ଗ୍ରାମ କମିଟିର ସଭାପତି ଶରତ କୁମାର ଦାସ, ଗ୍ରାମ୍ୟ କମିଟିରର ସଂପାଦକ ବସନ୍ତ କୁମାର କର, ପୁରୁଷୋତମ ମହାରଣା, ଛବିଳ କୁମାର ପଣ୍ଡା, ପ୍ରୀତିରଞ୍ଜନ ସାହୁ, କନ୍ତୋର ଗ୍ରାମପଂଚାୟତ ସରପଂଚ ସାରଙ୍ଗ ପ୍ରଧାନ, କନ୍ତୋର ପୂର୍ବତନ ସରପଂଚ ରୁନୁ ଭୂୟାଁ, କନ୍ତୋର ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ ଅଶୋକ ବାରିକ, ତଳଗଡ ପୂର୍ବତନ ସମିତି ସଭ୍ୟ ମନ୍ମଥ ବଡଜେନା, ପାଟରଙ୍ଗା ସରପଂଚ ରଞ୍ଜନ କୁମାର ଦାସ, ନୀଳମାଧବ ଚକ୍ର, ଦିଲ୍ଲୀପ ସ୍ୱାଇଁ, ଗୋପାଳ ସାହୁ, ବ୍ରାହ୍ମଣୀଦେବୀ ମଣ୍ଡଳ ସାଧାରଣ ସଂପାଦକ ପ୍ରଶାନ୍ତ ମଲ୍ଲିକ, ବ୍ୟାସନଗର ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ରଣପୁର ସରପଂଚ ପ୍ରତିନିଧି ପ୍ରତାପ ସାହୁ, ପଚ୍ଛିକୋଟ ସରପଂଚ ଗୀତାଞ୍ଜଳୀ ସେଠୀ, ଦେବେନ୍ଦ୍ର ସ୍ୱାଇଁ, ବରୁଣ୍ଡେଇ ସରପଂଚ ବିଷ୍ଣୁ ଚରଣ ରଥ, ଜହ୍ନା ସରପଂଚ ସଂଯୁକ୍ତା ସାହୁ, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, ବରୁଣ୍ଡେଇ ସରପଂଚ ଲିପ୍ସା ପରିଡା, ବରୁଣ୍ଡେଇ ସରପଂଚ ପ୍ରତିନିଧି ଉଦୟ ପରିଡା, ଅସନଝର ବିଜେପି ସଭାପତି ପ୍ରହଲ୍ଲାଦ ଜେନା, ବ୍ରାହ୍ମଣୀଦେବୀ ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମରଞ୍ଜନ ପରିଡା, ସୁଶିଲ ମଲ୍ଲିକ, ସରୋଜ ରାଉତ, କାଚରାସାହି ବିଜେପି ସଭାପତି ଜିତେନ୍ଦ୍ର ମୁଦୁଲି, ପୁର୍ଣ୍ଣଚନ୍ଦ୍ର ସାହୁ, ସୁବ୍ରତ ସ୍ୱାଇଁ, ଆଶା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

