Spread the love

କତରବଗାରେ ଉଦ୍‌ଘାଟିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ହେବ ସୁଗମ

ରେଙ୍ଗାଲି: ଗ୍ରାମାଞ୍ଚଳର ଲୋକଙ୍କୁ ହାତପାଆନ୍ତାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆଉ ଏକ ପଦକ୍ଷେପ। ରେଙ୍ଗାଲିର କତରବଗା ଅଞ୍ଚଳରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ପାଇପାରିବେ। ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ଛୋଟମୋଟ ରୋଗର ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାର ଅସୁବିଧା କମାଇବାରେ ଏହି କେନ୍ଦ୍ର ସହାୟକ ହେବ।

ସ୍ଥାନୀୟ ସ୍ତରରେ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ବୃଦ୍ଧି ସହ ଗ୍ରାମାଞ୍ଚଳର ଲୋକଙ୍କୁ ସହଜରେ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସମେତ ବହୁ ଅଧିକାରୀ, ମାନ୍ୟଗଣ୍ୟ ନେତା ଓ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *