### ପାଞ୍ଚଗଡ଼ କଲେଜ ଛାତ୍ରସଂସଦ ନିର୍ବାଚନରେ ମନସ୍ୱିନୀଙ୍କ ବାଜିମାତ୍, ସହକାରୀ ନାଟ୍ୟ ସମ୍ପାଦକ ଭାବେ ନିର୍ଦ୍ୱନ୍ଦ୍ୱରେ ବିଜୟୀ
ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ମହାବିଦ୍ୟାଳୟ (PSSJ College) ଛାତ୍ରସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳକୁ ସଫଳତା ମିଳିଛି। ଦଳର ପ୍ରାର୍ଥିନୀ ମନସ୍ୱିନୀ ଭୋଳ ସହକାରୀ ନାଟ୍ୟ ସମ୍ପାଦକ ପଦରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ମନସ୍ୱିନୀଙ୍କ ଏହି ବିଜୟ ପରେ ବିଜୁ ଯୁବ ଛାତ୍ର ଜନତା ଦଳ, ଅନୁଗୋଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଛାତ୍ରସଂସଦରେ ତାଙ୍କର ନିର୍ବାଚନକୁ ନେଇ ଦଳୀୟ ମହଲରେ ଖୁସି ପ୍ରକାଶ ପାଇଛି।
ଆଗାମୀ ଦିନରେ ମନସ୍ୱିନୀ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ମହାବିଦ୍ୟାଳୟରେ ସାଂସ୍କୃତିକ ଓ ନାଟ୍ୟକଳାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଉତ୍ସାହିତ କରିବା ଏବଂ କଲେଜର ସାମଗ୍ରିକ ଉନ୍ନତିରେ ସହଯୋଗ କରିବା ଦିଗରେ ସେ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଇବେ ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ, ଅନୁଗୋଳ ପକ୍ଷରୁ ବିଶ୍ୱାସ ପ୍ରକାଶ କରାଯାଇଛି।
