ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ନିଶା ରକ୍ତଦାନ ୫୪ ଥର ରକ୍ତ ଦାନ ମହତ ଦାନ, ମାନବ ସେବା ମାଧବ ସେବା ବିବେକାନନ୍ଦ
କୁଚିଣ୍ଡା / / / କୁଚିଣ୍ଡା ସ୍ଥିତ ୦୪ ନମ୍ବର ୱାର୍ଡ଼ ର ବିବେକାନନ୍ଦ ପାଣିଗ୍ରାହୀ ଜଣେ ସ୍ୱେଚ୍ଛାସେବୀ ସାମାଜି କର୍ମୀ (blood gruop O- Negative) ୨୦୧୧ ରୁ ଆଜି ପର୍ଯ୍ୟନ୍ତ ରକ୍ତଦାନ କରି ଆସୁଛନ୍ତି ରକ୍ତ ଦାନ ମହତ ଦାନ ସେ ନିସ୍ୱାର୍ଥ ପର ଭାବରେ ଲୋକ ଙ୍କ ସେବା କରି ଆସୁଛନ୍ତି ବୃତ୍ତି ବନ୍ଧନ ବ୍ୟାଙ୍କ ର ମେନେଜର ଗ୍ରେଡ଼ ସି ଆର ଓ ପଦବୀ ରହି ରକ୍ତଦାନ କରିବାର ନିଶା ଲାଗିଛି ସେ ବ୍ୟକ୍ତି ଗତ ଭାବରେ ରୋଗୀ ଙ୍କୁ ସେ ରକ୍ତ ଯୋଗାଇ ଆସୁଛନ୍ତି ସେ ପ୍ରାୟ ୧୫ ବର୍ଷ ହେବ ନିରନ୍ତର ୫୪ ଥର ରକ୍ତଦାନ,କରି ଅନେକ ରୋଗୀ ଙ୍କ ଜରୁରୀକାଳୀନ ମୁହୂର୍ତ୍ତ, ଅନେକ ରୋଗୀ,ଙ୍କୁ ରକ୍ତ ଦେଇ ୫୪ପରିବାର ଙ୍କ ହସ ପୁଟେଇଁ ଛନ୍ତି ବିବେକ ଏହି ପରି ମହତ କାର୍ଯ୍ୟକୁ ଦେଖି ବିଭିନ୍ନ ସ୍ତର ରୁ ପ୍ରଶଂସା ସହିତ ସମ୍ମାନିତ କୁଚିଣ୍ଡା କଲେଜ ପୁରାତନ ଛାତ୍ର ସଂସଦ
୪୮ଥର ରକ୍ତଦାନ ସମୟରେ ସମ୍ବର୍ଦ୍ଧିତ । ବଲାଙ୍ଗୀର ଉପଜିଲ୍ଲାପାଳ ଚିଠି ମାଧ୍ୟମ ରେ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି ସଇଡା ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଏହି ମହତ କାର୍ଯ୍ୟ ପାଇଁ ଓ ୫୦ଥର ରକ୍ତଦାନ କରିଥିବାରୁ ସମ୍ମାନିତ ୨୦୨୫ରେ, ୨୬ ଜାନୁଆରୀ ୨୦୨୫ ରେ କୁଚିଣ୍ଡା ଉପଖଣ୍ଡ ଗଣତନ୍ତ୍ର ଦିବସ ଅବସରରେ ଉପଖଣ୍ଡସ୍ତରୀୟ ସମ୍ମାନ। ଅଗଷ୍ଟ ୧୫ ରେ କୁଚିଣ୍ଡା କଲେଜ ପଡ଼ିଆରେ ସ୍ୱାଧୀନତା ଦିବସ ଅବସରରେ ଦ୍ୱିତୀୟ ଥର ପାଇଁ ଉପଖଣ୍ଡସ୍ତରୀୟ ସମ୍ମାନ।
ସେପ୍ଟେମ୍ବର ୨୭ ତାରିଖ ୨୦୨୬ ରେ ମେରା ୟୁବା ସମ୍ବଲପୁର ପକ୍ଷ ରୁ “ନଶାମୁକ୍ତ ଯୁବ — ବିକଶିତ ଭାରତ” କାର୍ଯ୍ୟକ୍ରମରେ କୁଚିଣ୍ଡା କଲେଜ ଅଡିଟୋରିୟମରେ ମୋର ୫୪ଥର ରକ୍ତଦାନ ଥିବାରୁ ମାନପତ୍ର ଓ ସମ୍ବର୍ଦ୍ଧନାଦେଇ ଥିଲେ ସେ ଜଣେ ଭଲ ରକ୍ତଦାତା ଓ ସମାଜସେବୀ ଭାବରେ ବିଭିନ୍ନ ମହଲ ରୁ ଉତ୍ସାହିତ କରିଆସିଛନ୍ତି।

କୁଚିଣ୍ଡା କଲେଜ NSS ବୁର୍ଲା MCL କୁଚିଣ୍ଡା ବ୍ଲଡ୍ ବ୍ୟାଙ୍କ / ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କରେ ବୁର୍ଲାରେ ଭୁବନେଶ୍ୱର ରେ AIIMS, KIMS, Hi-Tech, ଆପୋଲଲ ହସ୍ପିଟାଲ ଓ ଶିବିର ସ୍ଥାନରେ ଯାଇ ନିଜ ଖର୍ଚ୍ଚ ରକ୍ତ ଦାନ କରି ଲୋକଙ୍କ ଜୀବନ ବଂଚେଇବା ପାଇଁ ତତ୍ପରତା ଦେଖିବାକୁ ମିଳିଥାଏ ସ୍ୱେଚ୍ଛାକୃତ
ବିବେକ କହନ୍ତି -ମୋ ପାଇଁ ସବୁଠାରୁ ବଡ଼ ପୁରସ୍କାର ସେତେବେଳେ ମିଳେ, ଯେତେବେଳେ କୌଣସି ପରିବାର ଆସି କୁହନ୍ ଆପଣଙ୍କ ପାଇଁ ନୂଆ ଜୀବନ ମିଳି ଗଲା ସେତେବେଳ ବଡ଼ ପୁରସ୍କାର ମତେ ମିଳେ ସେ ମହାନ ବ୍ୟକ୍ତି କେଵେ କାହା ଠୁ କିଛି ଆଶ କରେନି କି ପ୍ରସିଦ୍ଧି ହେବା ପାଇଁ
ଚାହେଁନି କେବଳ ମାନବିକତା ଚାହେଁ ଯଦି ମୋର ଗୋଟିଏ ୟୁନିଟ୍ ରକ୍ତ କାହାର ଜୀବନ ବଞ୍ଚାଇବାରେ ସହାୟ ହୋଇପାରେ, ତେବେ ସେହି ସନ୍ତୋଷ ମିଳେ ତାହା ଶିରୋନାମ ଠାରୁ ଉର୍ଦ୍ଧ୍ୱରେ
ଏହି କାର୍ଯ୍ୟ କୁ ପ୍ରକୃତି ବନ୍ଧୁ ସରୋଜ ମେହେର ଓ ବିଜୟ ଶଙ୍କର ସାହୁ ପ୍ରଶଂସ କରି ଉତ୍ସାହିତ କରିଛନ୍ତି।

ବିବେକାନନ୍ଦ ପାଣିଗ୍ରାହ ୫୪ ଥର O-Negative ସ୍ୱେଚ୍ଛାକୃତ ରକ୍ତଦାତା କୁଚିଣ୍ଡା, ସମ୍ବଲପୁର, ଓଡ଼ିଶା। ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
