ଘରୋଇ କଳହର କରୁଣ ପରିଣତି , ମଦ୍ୟପ ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ
କେନ୍ଦୁଝର ଜିଲ୍ଲାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ପୌରାଞ୍ଚଳ ତଥା ଯୋଡାଥାନା ଅନ୍ତର୍ଗତ ହନୁମାନ ହାଟିଂ ଠାରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଡେଙ୍ଗାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ମୃତକ ହେଲେ କୁମାରୀ କାରୁଆ। ସେ ସ୍ବାମୀ ବାବୁ କାରୁଆ ଓ ତିନି ଛୋଟ ପିଲାଙ୍କ ସହ ଯୋଡ଼ା ଅଞ୍ଚଳରେ ରହୁଥିଲେ। ସ୍ବାମୀ ବିଜୟ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହ କୁମାରୀଙ୍କ ସହ ମାଡ଼ପିଟ କରିଥିଲେ। ଏହିପରି ଘରେ ଗଣ୍ଡଗୋଳ କରିବା ସହ କୁମାରୀଙ୍କୁ ଠେଙ୍ଗାରେ ମାରିଥିବା ନେଇ ଅଭିଯୋଗ ହୋଇଛି। ପରେ ଘର ଭିତରେ କୁମାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା। ତେବେ ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ବାବୁ କାରୁଆକୁ ଥାନାକୁ ନେଇ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
