ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ: ନିୟନ୍ତ୍ରଣ କକ୍ଷରୁ ସ୍ଥିତି ଉପରେ ନଜର ରଖିଛି ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଉପରେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି।
ନିର୍ବାଚନ ପରିଚାଳନା ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷରୁ ନିରନ୍ତର ଲାଇଭ୍ ମନିଟରିଂ କରାଯାଉଛି। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ସାରା ରାଜ୍ୟରେ ନିର୍ବାଚନର ଗତିବିଧି ଉପରେ ନଜର ରଖାଯାଇଛି।
ନିର୍ବାଚନ ପରିଚାଳନାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ଏବଂ ସମଗ୍ର ପ୍ରକ୍ରିୟା ସୁଚାରୁରୂପେ ସମ୍ପନ୍ନ ହୁଏ, ସେଥିପାଇଁ ବିଭାଗ ପକ୍ଷରୁ ନିରନ୍ତର ତଦାରଖ ଜାରି ରହିଛି। ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାପଡ଼ିଛି।
