ବଅଁରପାଳ ପିଏସ୍ଏସ୍ଜେ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ: ଜାରି ରହିଛି ମତଦାନ
ବଅଁରପାଳ, ୧୫ ଅକ୍ଟୋବର: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଚାଲିଥିବାବେଳେ ଅନୁଗୋଳ ଜିଲ୍ଲାର ବଅଁରପାଳସ୍ଥିତ ପିଏସ୍ଏସ୍ଜେ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ମତଦାନ ପ୍ରକ୍ରିୟା ଜାରି ରହିଛି।
ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ନିର୍ବାଚନରେ ଅଂଶଗ୍ରହଣ କରୁଥିବାବେଳେ ମତଦାନ ପାଇଁ ସ୍ୱତନ୍ତ୍ର ଭୋଟିଂ କମ୍ପାର୍ଟମେଣ୍ଟର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ମହାବିଦ୍ୟାଳୟ ପରିସରରେ ଆବଶ୍ୟକ ବ୍ୟବସ୍ଥା ରହିଛି।

ମିଳିଥିବା ସୂଚନାନୁଯାୟୀ vote ସଂଖ୍ୟା 623 ରହିଥିବା ବେଳେ 400 ରୁ ଅଧିକ ପୋଲିଂ ହୋଇସାରିଛି।
ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିନିଧି ବାଛିବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଛାତ୍ରସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବାର ସୁଯୋଗ ଦେଇଥାଏ। ଏହି ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି।

ଅନ୍ୟପକ୍ଷରେ, ରାଜ୍ୟସ୍ତରରେ ନିର୍ବାଚନ ପରିଚାଳନା ଉପରେ ଉଚ୍ଚଶିକ୍ଷା ବିଭାଗ ନଜର ରଖିଥିବାବେଳେ ବଅଁରପାଳ ମହାବିଦ୍ୟାଳୟରେ ମତଦାନ ପ୍ରକ୍ରିୟା ଜାରି ରହିଛି। ମତଦାନ ଶେଷ ହେବା ପରେ ନିର୍ବାଚନର ପରବର୍ତ୍ତୀ ପ୍ରକ୍ରିୟା ସମ୍ପନ୍ନ ହେବ।
(ବଅଁରପାଳରୁ ରିପୋର୍ଟ)
