କେନ୍ଦୁଝର ଜିଲ୍ଲାରେ ହାତୀ ନେଲା ଆଉଏକ ଜୀବନ ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ:
କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନା ଧରୁନି। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା। ମୃତକ ଜଣକ ହେଲେ ଧୋବାକୋଚଡ଼ା ଗ୍ରାମର ନାରାୟଣ ନାଏକ। ରାତିରେ ନାରାୟଣ ଧୋବାକୋଚଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାକୁ ଆକ୍ରମଣ କରି ଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
