Spread the love

ଚମ୍ପୁଆଥାନା ଅନ୍ତର୍ଗତରେ ଅଜଣା ଟ୍ରକ୍ ଧକ୍କାରେ ବୃଦ୍ଧ ମୃତ ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ୫୨୦ ନମ୍ବର୍ ଜାତୀୟ ରାଜପଥ ନାରଦ ପୁର ନିକଟରେ ଘଟିଯାଇଛି ଏକ ମର୍ମନ୍ଦୁନ୍ତ ଦୁର୍ଘଟଣା । ସୂଚନା ଅନୁଯାୟୀ ଚମକପୁର ଗ୍ରାମର ଧବଳେଶ୍ଵର ନାଏକ ରାସ୍ତା ପାର ହେଉଥିବାବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ଧବଳେଶ୍ୱର ଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧଙ୍କୁ ଉଦ୍ଧାରକରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି । ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ ଚଳାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *