ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୀଠ ରେ ଶାରଦୀୟ ପୂଜା ସମ୍ପନ୍ନ
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଅନ୍ତର୍ଗତ କମଗାଁସ୍ଥିତ ଶ୍ରୀଶ୍ରୀ ରଣେଶ୍ଵର ରାମଚଣ୍ଡୀ ପୀଠରେ ପୂର୍ଣ୍ଣାହୂତି ସହ ଶାରଦୀୟ ପୂଜା ସଂପନ୍ନ ହୋଇଯାଇଛି। ଏହି ଅବସରରେ ଆଶ୍ଵିନ ଶୁକ୍ଳପକ୍ଷ ଅଷ୍ଟମୀ ରାତିରେ ପଶୁପ୍ରୋକ୍ଷଣ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାସ୍ତ୍ରୀୟ ଏବଂ ତାନ୍ତ୍ରିକ ପଦ୍ଧତିରେ ଚଣ୍ଡୀପାଠ ସହିତ ସ୍ବତନ୍ତ୍ର ପୂଜା କରାଯାଇଥିଲା। ବିଳମ୍ବିତ ରାତିରେ ଧାନସ୍କ ଚୂଡ଼ାମଣି ବା ମା’ ବୁଢ଼ୀ କମ୍ପେଇ ମନ୍ଦିରରୁ ଛତ୍ର ଶୋଭାଯାତ୍ରାରେ ବାହାରି ରଣେଶ୍ବର ରାମଚଣ୍ଡୀ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ପଶୁପ୍ରୋକ୍ଷଣ ହୋଇ ପୂର୍ଣ୍ଣାହୂତି ହୋଇଥିଲା | ଶୋଭାଯାତ୍ରାରେ ପଞ୍ଚବାଦ୍ୟ ସହ ଘଣ୍ଟ, ଶଙ୍ଖ ସାମିଲ ହୋଇଥିଲା | ଏହା ପରେ ଶୋଭାଯାତ୍ରା କେନାଲ କୂଳରେ ଥିବା ଝାରଗୁଡ଼ିକୁ ଯାଇଥିଲା। ଗୁଣବନ୍ତ ପଧାନ ଏବଂ ମଳୟଭାନୁ ଭୋଇ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ଗୋପାଳ ମିଶ୍ର, ଭୂପେଶ ମିଶ୍ର ଏବଂ ସାଇ ଅଂଶୁମାନ ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ | ଶ୍ରୀଶ୍ରୀ ରଣେଶ୍ବର ରାମଚଣ୍ଡୀ ପୀଠର ପୂଜକ ଏବଂ ମନ୍ଦିର କମିଟି ସଦସ୍ୟମାନେ ସମସ୍ତ ଆୟୋଜନରେ ସହଯୋଗ କରିଥିଲେ | କିଂବଦନ୍ତି ଅନୁସାରେ, ୧୫୪୫ ଖ୍ରୀଷ୍ଟାବ୍ଦରେ ରାମଚଣ୍ଡୀ ପୀଠ ସ୍ଥାପନ ହୋଇଥିଲା। ସେହି ଦିନଠାରୁ ପରମ୍ପରାକ୍ରମେ ଏହା ଅନୁଷ୍ଠିତ ହୋଇଆସୁଛି।
