Spread the love

ବେଆଇନ ବାଣ ଜବତ
ତାଳଚେର,୨୨/୧୦ ତାଳଚେର ଟାଉନ ପୋଲିସ୍ କୌଣସି ସୂତ୍ରରୁ ଖବରପାଇ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମ ନିକଟରୁ ପୃଥକ ପୃଥକ ଭାବେ ଗୋଟିଏ ସ୍ଥାନରୁ ୨୬ଟି ଚୋରାବାଣ ପ୍ୟାକେଟ ଓ ସେହି ନିକଟରୁ୨୯ ପ୍ୟାକେଟ ବାଣ ଜବତ କରିଥିବା ଘଟଣା ଚୋରା ବାଣ ବ୍ୟବସାୟୀଙ୍କ ମନରେ ଛନକା ପଶିଛି । ସୂଚନା ମୂତାବକ ପୋଲିସ ସନ୍ଥପଡ଼ା ନିକଟରୁ ୨ଟି ଜାଗାରେ ଆତର୍କିତ ଚଢ଼ାଉ କରି ବେଆଇନ ବାଣ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ସନ୍ଥପଡ଼ା ଗ୍ରାମର କାଳିଆ ଓରଫ ଅନିଲ ସାହୁକୁ ପୋଲିସ୍ ଗିରଫ କରିଥିବା ବେଳେ ସେହି ଗ୍ରାମର ନୟନ ସାହୁ ଫେରାର୍ ଅଛନ୍ତି । ଏସମ୍ପର୍କରେ ପୋଳିସ୍ ଅଧିକ ଛାଭିନ କରୁଥିବା ବେଳେ କେସ୍ ନଂ-୧୧୫୫କ୍ୟୁ/ଏସ୍ (ବି) (୧)(ବି) ଭାରତୀୟ ଏକ୍ସକ୍ଲସିଭ ଧାରା ସେକସନ୍‌-୫ ଫାୟାର ୱାର୍କସ୍ ଏବଂ ଲାଉଡ଼ ସ୍ପିକର ଧାରା ଲଗାଇଥିବା ବେଳେ ସେହିଭଳି ୨ୟ ବାଣ ବ୍ୟବସାୟୀକୁ କେସ ନଂ-୧୧୫୬କ୍ୟୁ/ଏସ୍ (ବି) (୧)(ବି) କେସ ଦାୟର କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

You missed