Spread the love

ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି,

ବାଲିଗୁଡ଼ା,ତା, ୨୩/୧୦: (ସୁଶୀଳ କୁମାର ପାଣିଗ୍ରାହୀ): ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ମଧ୍ୟରେ ବାଲିଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରସ୍ଥିତ ଦୁର୍ଗା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ସହ ବିଦ୍ୟୁତ୍‌ ବିଭାଗ ପରିସରରେ ପୂଜା ପାଉଥିବା ମା’ଙ୍କ ପ୍ରତିମା ମଧ୍ୟ ବିସର୍ଜନ କରାଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାଗମରେ ଆୟୋଜିତ ଏହି ଭସାଣି ଉତ୍ସବ ଭକ୍ତିମୟ ପରିବେଶକୁ ଅଧିକ ଉତ୍ସବମୁଖର କରିଥିଲା। ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଅଞ୍ଚଳର ପ୍ରସିଦ୍ଧ ଦୁଲ୍‌ଦୁଲି ଘଣ୍ଟବାଦ୍ୟର ଗୁଞ୍ଜରଣରେ ପ୍ରକମ୍ପିତ ହୋଇଥିଲା ସହର। ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିରାଟ ପଟୁଆରରେ ସୁସଜ୍ଜିତ ବିମାନରେ ମା’ଙ୍କ ପ୍ରତିମାକୁ ଶୋଭାଯାତ୍ରାରେ ନିଆଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା। ପରେ ଖଡ଼ଗ ନଦୀରେ ମା’ଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା। ମା’ଙ୍କୁ ମେଲାଣି ଦେବା ସମୟରେ ଭକ୍ତଙ୍କ ମଧ୍ୟରେ ଭାବାବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଆସନ୍ତା ବର୍ଷ ପୁଣି ମା’ଙ୍କ ଆଗମନର ଆଶା ନେଇ ଭକ୍ତମାନେ ମା’ଙ୍କଠାରୁ ଆଶୀର୍ବାଦ କାମନା କରିଥିଲେ। ଏହି ଭସାଣି ଉତ୍ସବରେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ୍‌ ବିଭାଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶୋଭାଯାତ୍ରା ଓ ବିସର୍ଜନ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *