ଉର୍ଦ୍ଦୁନାରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଭଟଲି (ଅଭିମନ୍ୟୁ ପଧାନ ): ବିଜେଡି ସୁପ୍ରିମୋ ମାନ୍ୟବର ନବିନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଉର୍ଦ୍ଦୁନା ଠାରେ ଭଟଲି ବ୍ଳକ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂଗଠନକୁ ଆହୁରି ମଜବୁତ ଓ ଯୋଜନା ଭିତ୍ତିକ କରିବାକୁ ଉର୍ଦ୍ଦୁନା ଗ୍ରାମ ପଞ୍ଚାୟତ କସୁରୁ ଗ୍ରାମରୁ ଉର୍ଦ୍ଦୁନା ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ତାଙ୍କ କାର୍ଯ୍ୟ ଶୈଳୀ ଓ ଜନସାଧାରଣ ତଥା ଅଞ୍ଚଳ ବାସୀଙ୍କ ପ୍ରତି ତାଙ୍କ ଉତ୍ସର୍ଗୀକୃତ ଭାବନା କୁ ମନେପକାଇ ରାଜ୍ୟ ତଥା ଭଟଲି ନିର୍ବାଚନମଣ୍ଡଳୀ ର ଅଗଣିତ ଜନସାଧାରଣଙ୍କ ପ୍ରତି ନିଜର ଉତ୍ତର ଦାୟିତ୍ବ ବହନ କରିବାକୁ ସଂକଳ୍ପ ନେଇଥିଲେ। ଏହି ବିଶାଳ ସମାବେଶରେ ମଞ୍ଚାସୀନ ନେତୃବୃନ୍ଦମାନେ ବର୍ତମାନ ର ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଜନବିରୋଧୀ ଯୋଜନା ଏବଂ ନିର୍ବାଚନ ସମୟରେ ଦେଇ ଥିବା ପ୍ରତିଶ୍ରୁତି ଗୁଡ଼ିକ ପୂରଣ ନ କରିଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ବିଜେଡି ରାଜ୍ୟ ବରିଷ୍ଠ ଉପ ସଭାପତି ସୁବ୍ରତ ସିଂଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟ ସମ୍ପାଦକ ରାଜୁ ଘିବେଲା, ଜିଲ୍ଲା ସଭାପତି ଜାପାନ ମହାପାତ୍ର,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବ୍ଳକ ସଭାପତି ହୃଦାନନ୍ଦ ଖମାରୀ, ଉର୍ଦ୍ଦୁନା ସରପଞ୍ଚ ଗୋବିନ୍ଦ ପଧାନ, ଗୌରହରି ମିଶ୍ର, ମାନିନୀ ଭୋଇ,ନୀଳ କୁମାରୀ ନାଏକଙ୍କ ସମେତ ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ତଥା ବିଜେଡ଼ିର ଶୁଭେଚ୍ଛୁ ଉପସ୍ଥିତ ରହି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।
