ଟୁକୁର୍ଲାରେ ମା’ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଚଢ଼େଇଗାଁ ପଞ୍ଚାୟତ ଅନ୍ତର୍ଗତ ଟୁକୁର୍ଲା ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଗୁରୁବାର ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବରୁଣ ପୂଜା, ପୂଣ୍ୟାହବାଚନ, ସଂକଳ୍ପ, ଆଭ୍ୟୁଦାୟିକ ଶ୍ରାଦ୍ଧ, ନବଗ୍ରହ, ଦଶଦିଗପାଳ, ବିଷ୍ଣୁ, ଶିବ, ଗଣେଶ, ସୂର୍ଯ୍ୟ, ଅଷ୍ଟଲକ୍ଷ୍ମୀଙ୍କ ସମେତ ମା’ ଗଜଲକ୍ଷ୍ମୀଙ୍କ ବୈଦିକ ରୀତିରେ ପୂଜାର୍ଚ୍ଚନା ପରେ ଚଣ୍ଡୀପାଠ, ହୋମ, ପୂର୍ଣାହୁତି, ଆରତି, ପୁଷ୍ପାଞ୍ଜଳି ସହ ସମାପନ ହୋଇଥିଲା। ପଣ୍ଡିତ ପ୍ରଫୁଲ୍ଲ ଆଚାର୍ଯ୍ୟ ଓ ମଳୟ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ କୃଷ୍ଣଚନ୍ଦ୍ର ସ୍ବାଇଁ ଓ କୁମୁଦିନୀ ସ୍ବାଇଁ, ବନଡିଗିରି ରାଉତ ଓ ନିରୁପମା ରାଉତ, ମାନଭଞ୍ଜନ ବେହେରା ଓ ରୋହିଣୀ ବେହେରା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ ଜଳନ୍ଧର ଦରବାର ଆୟୋଜିତ ହୋଇଥିଲା। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଜଳନ୍ଧର ବଧ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା। ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରତ୍ୟହ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଶେଷଦେବ, ଲିପନ, ସେବକ, ଅଜିତ, ପ୍ରେମ, ମାନସ, ବୀରେନ, କାହ୍ନା, ପ୍ରତାପ, ସଦାନନ୍ଦ, ସମୀର ତଥା ଟୁକୁର୍ଲା ଯୁବକ ସଂଘ ସମସ୍ତ ସଦସ୍ୟ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

