Spread the love

ଧର୍ମପରାୟଣ ମହିଳାଙ୍କ ପରଲୋକ

ତାଳଚେର, ୩୦/୧୦ ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝିକା ଗ୍ରାମର କୋକିଳ ସ୍ୱାଇଁ(୬୮ବର୍ଷ)ଙ୍କର ଗୁରୁବାର ଦିବା ୧.୩୦ମିନିଟ ସମୟରେ ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ ହୃଦ୍‌ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଅରୁଣଙ୍କ ସମେତ ପୁତ୍ରବଧୂ , ପାଂଚ ଝିଅ ଜୋଇଁ ତଥା ଅ।।ତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଜଣେ ମିଷ୍ଟଭାଷୀ, ସରଳ ତଥା ଧାର୍ମିକା ମହିଳା ଭାବରେ ସେ ଆଖପାଖ ଅଂଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You missed