Spread the love

ସିଦ୍ଧ ବଳରାମଜୀଉ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ,କାର୍ତ୍ତିକ ମାସର ରମା ଏକାଦଶୀ ନୀତି ପାଳିତ,

ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ପ୍ରଭୁ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ କାର୍ତ୍ତିକ ମାସର ପବିତ୍ର ରାମ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭାତରୁ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କ ସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର ଓ ପୁଷ୍ପ ହାର ଲାଗି କରାଯାଇଥିଲା। ଏହାପରେ ବଲ୍ଲଭ ଭୋଗ ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୧୦ଟା ସମୟରେ ଖେଚେଡ଼ି ଭୋଗ ଲାଗି ହୋଇଥିବାବେଳେ ମଧ୍ୟାହ୍ନରେ ଅନ୍ନ ଧୂପ ନୀତି ସମ୍ପନ୍ନ ହୋଇଥିଲା।

ସେହିପରି ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ନୀତି ଅନୁଷ୍ଠିତ ହେବ। ଏହାପରେ ମନ୍ଦିର ଶିଖରକୁ ମହାଦୀପ ଉଠିବା ସହ ମହାପ୍ରଭୁଙ୍କ ପହଡ଼ ପଡ଼ିବ।

ଏହି ପବିତ୍ର ନୀତିକାନ୍ତି ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *

You missed