ଡି . ଏ. ଭି , ଜଗନ୍ନାଥ ଏରିଆ, ଡେରାରେ POCSO ସଚେତନତା କାର୍ଯ୍ୟକ୍ରମ।
ଡେରା, ତାଳଚେର: -ଡିଏଭି ପବ୍ଲିକ୍ ସ୍କୁଲ୍, ଏମ୍ସିଏଲ୍, ଜଗନ୍ନାଥ ଏରିଆ, ଡେରା ପରିସରରେ ୨୦୨୬-୨୭ ଶିକ୍ଷାବର୍ଷ ଅବସରରେ ଏଡି. ଏ କ ଗୁରୁତ୍ୱପୂର୍ଣ୍ଣ POCSO ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର DCPO ଶ୍ରୀ ଗୌରୀଶଙ୍କର ବେହେରା, ଏମ୍ସିଏଲ୍, ଜଗନ୍ନାଥ ଏରିଆର AHRM/HR ଶ୍ରୀମତୀ ଦୀପ୍ତି ରାଣୀ ସାହୁ, ଯିଏକି ବିଦ୍ୟାଳୟର POCSO କମିଟିର ବାହ୍ୟ ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଏବଂ ସମାଜସେବୀ ଶ୍ରୀମତୀ ମମତା ବିସିମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଅର୍ଥପୂର୍ଣ୍ଣ ଆଲୋଚନା ଓ ମତବିନିମୟ ମାଧ୍ୟମରେ ଶିଶୁ ସୁରକ୍ଷା, ବ୍ୟକ୍ତିଗତ ନିରାପତ୍ତା, ଉପଯୁକ୍ତ ବ୍ୟକ୍ତିଗତ ସୀମା, ଅସଦାଚରଣକୁ ଚିହ୍ନଟ କରିବା, ଏହାକୁ ପ୍ରତିରୋଧ କରିବା ଏବଂ ଘଟଣା ଘଟିଲେ ତାହା ସମ୍ପର୍କରେ ଉପଯୁକ୍ତ ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷଙ୍କୁ ଜଣାଇବା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା ଚକ୍ରବର୍ତ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରତ୍ୟେକ ଶିଶୁର ଶୈଶବ ମର୍ଯ୍ୟାଦା, ନିରାପତ୍ତା ଓ ଭୟମୁକ୍ତ ପରିବେଶ ମଧ୍ୟରେ ବିକଶିତ ହେବାର ଅଧିକାର ରହିଛି। ତେଣୁ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଆଗାମୀ ଦିନ ଗଢ଼ି ତୋଳିବା ନିମନ୍ତେ ସମସ୍ତଙ୍କୁ ସଚେତନତା, ସଜାଗତା ଓ ସୁରକ୍ଷାର ଏକ ସୁଦୃଢ଼ ସଂସ୍କୃତି ଗଢ଼ିବାକୁ ଆହ୍ୱାନ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ସୁରକ୍ଷା, ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ଏକ ସୁରକ୍ଷିତ ଓ ଭୟମୁକ୍ତ ଶୈଶବ ଗଠନ ଦିଗରେ ଏକ ସାର୍ଥକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।



