*ସରକାରୀ ହାଇସ୍କୁଲ ବଡ଼ମାଳରେ ଶିଶୁ ମେଳା- 2026 ଅନୁଷ୍ଠିତ*
ଭଟଲି (ଅଭିମନ୍ୟୁ ପଧାନ ):- ଶିକ୍ଷାର୍ଥୀଙ୍କ ମଧ୍ୟରେ ନେତୃତ୍ୱ ବିକାଶ,ଭାଷାଗତ ଦକ୍ଷତା ବୃଦ୍ଧି,ଜୀବନ ଶୈଳୀ,ଆତ୍ମ ନିର୍ଭରଶୀଳତା ଓ ଆତ୍ମ ବିଶ୍ବାସବୃଦ୍ଧି, ପରୋପକାରୀ ମନୋଭାବ ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ବଡ଼ମାଳରେ ପତଙ୍ଗ ଅନୁଷ୍ଠାନ ଆନୁକୂଲ୍ୟରେ ଶିଶୁ ମେଳା – ୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଇଓ ବାଙ୍କା ବିହାରୀ ମିଶ୍ର ,ସମ୍ମାନିତ ଅତିଥି ଭାବରେ ଏବିଇଓ ରୀତାରାଣୀ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ଡନସନା,ଜଗଦୀଶ ସାହୁ,ତେଜରାମ ମେହେର,ବିଦ୍ୟାଳୟ ପରିଚାଲନା କମିଟୀର ଅଧ୍ୟକ୍ଷ ନରେନ୍ଦ୍ର ପ୍ରଧାନ, ପତଙ୍ଗ ଅନୁଷ୍ଠାନର କାର୍ଯ୍ୟକାରୀ ସଂଯୋଜକ ରିଶଭ ଭୁକ୍ତା,ସି ଆର ସି ସି ଲୋକନାଥ ମେହେର ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ ଅତିଥିବୃନ୍ଦ ପ୍ରକୃତିର ସମ୍ମାନାର୍ଥେ ଏକ ଚାରାକୁ ଜଳ ଅର୍ପଣ କରିବା ପରେ ବଡ଼ମାଳ ହାଇସ୍କୁଲର ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମମତା ପଣ୍ଡା,ଅର୍ଚ୍ଚନା ପ୍ରଧାନ,ଶୀଲା ଭୋଇ,ଜ୍ୟୋତିର୍ମୟୀ ସାହୁ,ଅଞ୍ଜଳି ଗଣିତ,ସୁଧାରାଣୀ ପ୍ରଧାନ,ସଂଯୁକ୍ତା ପ୍ରଧାନ,ଶିକ୍ଷକ ଆଶିଷ କୁମାର ବିଶି,ଅଗସ୍ତି ପ୍ରଧାନ,ପ୍ରମୋଦ ପଟେଲଙ୍କ ସମେତ ପତଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ। ଶିଶୁମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଷ୍ଟଲ୍,ବୈଜ୍ଞାନିକ ପ୍ରକଳ୍ପ,କୁଇଜ୍ ପ୍ରତିଯୋଗିତା,କ୍ଷୁଦ୍ର ନାଟିକା,ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇଥିଲା।ଅଂଶ ଗ୍ରହଣ କରିଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ବଡ଼ମାଳ ହାଇସ୍କୁଲ ତଥା ଭଟଲି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଶିକ୍ଷକ ଅଗସ୍ତି ପ୍ରଧାନ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ପତଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ବନସ୍ମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

